ବାହାଘର, ଯୌତୁକ, ପରକୀୟା ପ୍ରୀତି ଓ ଗର୍ଭ ନଷ୍ଟ: ୫ ମାସର ନିର୍ଯାତନା ପରେ ଆଖି ବୁଜିଲେ ମହିଳା

Spread the love

ବାହାଘରକୁ ମାତ୍ର ୫ ମାସ ହୋଇଥିଲା। କାନ୍ଥରୁ ଲିଭି ନଥିଲା ନାଁ। ହେଲେ ସବୁ ଦିନ ପାଇଁ ଆଖି ବୁଜିଛନ୍ତି ଜଣେ ୩୨ ବର୍ଷୀୟ ମହିଳା। ସେ ୫ ମାସ ତଳେ ଜଣେ ମର୍ଚାଣ୍ଟ ନ୍ୟାଭି ଅଧିକାରୀଙ୍କୁ ବିବାହ କରିଥିଲେ। ବାହାଘର ବେଳେ ବେଶ ଖୁସି ଥିଲେ। ନୂଆ ଜୀବନକୁ ହସଖୁସିରେ ଆଗକୁ ନେଇଥିଲେ। ହେଲେ ୫ ମାସ ପରେ ସବୁ କିଛି ବଦଳି ଯାଇଛି। ବାହାଘରର ୫ ମାସ ପରେ ମହିଳାଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ଲକ୍ଷ୍ନୌ ସ୍ଥିତ ଘରୁ ଉଦ୍ଧାର ହୋଇଛି।

ମୃତ ମହିଳା ଜଣଙ୍କ ହେଲେ ମଧୁ ସିଂହ। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ କହୁଥିବା ବେଳେ ମଧୁଙ୍କ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମଧୁଙ୍କୁ ତାଙ୍କ ସ୍ୱାମୀ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ଓ ସେ ହିଁ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକ କହିଛନ୍ତି।

ପୁଲିସ୍‌ ମଧୁଙ୍କ ସ୍ୱାମୀ ଅନୁରାଗ ସିଂହଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ଏହି ଭୟଙ୍କର ଘଟଣାର ମୂଳରେ ପହଞ୍ଚିବାକୁ ଚେଷ୍ଟା କରୁଛି।

ବାହାଘର ଓ ଯୌତୁକ ଦାବି

ଚଳିତ ବର୍ଷ ଫେବୃଆରୀ ୨୫ରେ ଅନୁରାଗଙ୍କୁ ବିବାହ କରିଥିଲେ ମଧୁ। ଉଭୟଙ୍କ ସମ୍ପର୍କ ମ୍ୟାଟ୍ରିମୋନିଆଲ ସାଇଟରୁ ଆରମ୍ଭ ହୋଇଥିଲା। ଅନୁରାଗ ହଂକଂ ଭିତ୍ତିକ ଗୋଟିଏ ଶିପ ପରିଚାଳନା କମ୍ପାନୀର ଦ୍ୱିତୀୟ ଅଧିକାରୀ ଭାବେ କାମ କରନ୍ତି। ବାହାଘର ବେଳେ ସେ ମଧୁଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲେ। ଏହାର ପ୍ରମାଣ ସ୍ୱରୂପ ମଧୁଙ୍କ ପରିବାର ଲୋକ ପୁଲିସ୍‌କୁ ହ୍ୱାଟସଆପ୍‌ ଚ୍ୟାଟ ଦେଖାଇଛନ୍ତି। ସେ ୧୫ ଲକ୍ଷ ମାଗୁଥିବା ବେଳେ ମଧୁଙ୍କ ପରିବାର ଲୋକ ୫ ଲକ୍ଷ ଟଙ୍କା ଯୋଗାଡ଼ କରିପାରିଥିଲେ।

Anuragଅନୁରାଗ ଓ ମଧୁ

ଅନୁରାଗ ହ୍ୱାଟସଆପରେ ଲେଖିଥିଲେ ଯେ ସେ ବାହାଘରେ ବେଳେ ବରଯାତ୍ରୀ ୧୫୦କୁ ଖସାଇ ଦେବେ। କିନ୍ତୁ ସେ ଯୌତୁକ ଟଙ୍କାକୁ କମ କରିପାରିବେ ନାହିଁ। ମଧୁଙ୍କ ବାପା ଫତେ ବାହାଦୂର ସିଂହ ନିଜର ଅଭିଯୋଗରେ କହିଛନ୍ତି ଯେ ବାହାଘର ପରେ ଅନୁରାଗ ନିୟମିତ କଲ କରୁଥିଲେ ଓ ଯୌତୁକ ବାବଦ ଟଙ୍କା ମାଗୁଥିଲେ। ହୋଲି ପରେ ଗୋଟିଏ ଦିନ ଅନୁରାଗ ପ୍ରଥମଥର ମଧୁଙ୍କୁ ମାଡ଼ ମାରିଥିଲେ।

ମାଡ଼ ମାରିବା ବେଳେ ବାହାଘରକୁ ମାସେ ମଧ୍ୟ ହୋଇ ନଥାଏ। ମାଡ଼ ମାରିବା ଯୋଗୁ ମଧୁ ତାଙ୍କ ଘରକୁ ଚାଲି ଆସିଥିଲେ। ଝିଅ ଘରେ ଥିବା ବେଳେ ପରିବାର ଲୋକ ଯୌତୁକ ଟଙ୍କା ଯୋଗାଡ଼ କରିଥିଲେ। ଅନୁରାଗ ଯୌତୁକ ଟଙ୍କା ପାଇବା ପରେ ମଧୁଙ୍କୁ ନିଜ ଘରକୁ ନେଇଥିଲେ। ହେଲେ ନିର୍ଯାତନା ବନ୍ଦ ହୋଇ ନଥିଲା।

ମଧୁଙ୍କ ସାମାଜିକ ଜୀବନକୁ ଶେଷ କରିଦେଇଥିଲେ ଅନୁରାଗ

ମଧୁ ଜଣ ମେଳାପି ପିଲା। କିନ୍ତୁ ଅନୁରାଗ ତାଙ୍କୁ କାହା ସହ କଥା ହେବାକୁ ଦେଉ ନଥିଲେ ବୋଲି ମଧୁଙ୍କ ଭଉଣୀ ପ୍ରିୟା କହିଛନ୍ତି। ସେ କହିଛନ୍ତି, “ମଧୁଙ୍କ ସାମାଜିକ ଜୀବନକୁ ଅନୁରାଗ ଶେଷ କରି ଦେଇଥିଲେ। ତାଙ୍କୁ କୌଣସି ବନ୍ଧୁ କିମ୍ବା ଆମ ମାନଙ୍କ ସହ ମଧ୍ୟ କଥା ହେବାକୁ ଦେଉ ନଥିଲେ। ଅନୁରାଗ ସହର ବାହାରେ ଥିବା ବେଳେ ମଧୁ ଆମ ସହ କଥା ହୋଇଥାଏ।

କୌଣସି କାରଣ ନଥାଇ ସେ ତାଙ୍କୁ ମାଡ଼ ମାରୁଥିଲେ। ନିଜ ସହ ମଦ ପିଇବାକୁ ମଧ୍ୟ ମଧୁଙ୍କୁ ବାଧ୍ୟ କରୁଥିଲେ ଅନୁରାଗ। ମଧୁ କାଳେ କାହା ସାଙ୍ଗରେ କଥା ହେଉଛନ୍ତି, ତା’କୁ ମଧ୍ୟ ଅନୁରାଗ ଯାଞ୍ଚ କରୁଥିଲେ। ମଧୁଙ୍କ ଅନଲାଇନ ଅର୍ଡରକୁ ମଧ୍ୟ ଯାଞ୍ଚ କରିବା ପାଇଁ ସେ ପଛାଉ ନଥିଲେ।”

ମଧୁଙ୍କ ସହ ଶେଷ ଥର ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ପ୍ରିୟା କହିଛନ୍ତି ଯେ “ସେମାନେ କେଉଁଠୁ ଗୋଟିଏ ଦିନ ଫେରୁଥିଲେ। ଗାଡ଼ି ମଧୁ ଚଳାଉଥିଲେ। ରାସ୍ତାରେ ଖାଲ ଥିବା ବେଳେ ବର୍ଷା ମଧ୍ୟ ହେଉଥିଲା। ତେଣୁ ସେ ଗାଡ଼ିକୁ ବାମ ପାର୍ଶ୍ୱରେ ରଖିଥିଲେ। କିନ୍ତୁ ଅନୁରାଗ ଏହାକୁ ଅଲଗା ଅର୍ଥରେ ନେଇଥିଲେ। ରାସ୍ତାର ବାମ ପାର୍ଶ୍ୱରେ ଯୁବକମାନେ ଥିବାରୁ ସେମାନଙ୍କୁ ଦେଖି ମଧୁ ଏପରି କରୁଥିବା ଅନୁରାଗ ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ।”

Madhu

ପ୍ରିୟା ଶେୟାର କରିଥିବା ଗୋଟିଏ ଅଡିଓ କ୍ଲିପରେ ମଧୁ କହିଛନ୍ତି ଯେ “ମୋତେ ବହୁତ ମାରିଛନ୍ତି। କାରଣ ସେ ମଦ ପିଇବା ବେଳେ ମୁଁ ବୋତଲକୁ ଠିକ ଭାବେ ତାଙ୍କ ସାମ୍ନାରେ ରଖି ପାରି ନଥିଲି।”

ପରକୀୟା ପ୍ରୀତି ଓ ଗର୍ଭବତୀ

ମଧୁଙ୍କ ବାପା ତାଙ୍କ ଅଭିଯୋଗରେ କହିଛନ୍ତି ଯେ “ବାହାଘର ପରେ ଅନୁରାଗ ପରକୀୟା ପ୍ରୀତିରେ ମାତି ଥିଲେ। ନିକଟରେ ସେ ତାଙ୍କ ପୂର୍ବତନ ପ୍ରେମିକା ସହ ସହରର ଗୋଟିଏ ହୋଟେଲରେ ରାତି କାଟିଥିଲେ। ମୋ ଝିଅ ଗର୍ଭବତୀ ହୋଇଥିଲା। କିନ୍ତୁ ଏହାକୁ ବଳ ପୂର୍ବକ ନଷ୍ଟ କରାଯାଇଥିଲା। ମଧୁଙ୍କ ମୃତ୍ୟୁର ୪ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୩୧ରେ ଅନୁରାଗ ଗୋଟିଏ ହୋଟେଲ ବୁକ କରିଥିଲେ।

ଅଗଷ୍ଟ ୩ରେ ମଧୁଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା। ଅଗଷ୍ଟ ୪ ତାରିଖ ଅପରାହ୍ନ ୪.୩୨ରେ ଅନୁରାଗ ଫୋନ କରି ମୋ ଝିଅ ଆତ୍ମହତ୍ୟା କରିଥିବା ଆମକୁ ଜଣାଇଥିଲେ। ମୋର ବିଶ୍ୱାସ ସେ ହିଁ ମୋ ଝିଅକୁ ମାରିଛନ୍ତି। ଅନୁରାଗ ଓ ତାଙ୍କ ପୂର୍ବତନ ପ୍ରେମିକା ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ମଧୁ ଦେଖିବା ସହ ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲା।”

Madhuମଧୁ ଓ ଅନୁରାଗ

ସ୍ୱାମୀଙ୍କ ଗିରଫଦାରୀ

ମଧୁ ଘରର ସିଲିଂରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ଅନୁରାଗ ୧୧୨ ହେଲଲାଇନକୁ ମଧ୍ୟାହ୍ନ ସମୟରେ ଜଣାଇଥିବା ପୁଲିସକୁ କହିଛନ୍ତି। ହେଲେ ଘଟଣା ସମ୍ପର୍କରେ ମଧୁଙ୍କ ପରିବାର ଲୋକଙ୍କ ପାଖରେ ପ୍ରାୟ ୫ ଘଣ୍ଟା ପରେ ଏହି ଖବର ପ୍ରାୟ ଅପରାହ୍ନ ୪.୩୦ରେ ପହଞ୍ଚିଥିଲା। ଅନୁରାଗ ଘଟଣା ଦିନ ତାଙ୍କ ଘରୋଇ ସହାୟିକାଙ୍କୁ ଆସିବା ପାଇଁ ମନା କରିଥିବା ମେସେଜ ପୁଲିସ୍‌ ହାତରେ ଲାଗିଛି।

ହେଲେ ଘରୋଇ ସହାୟିକା ଜଣଙ୍କ ମେସେଜକୁ ଦେଖି ନଥିଲେ ଓ କାମକୁ ଚାଲି ଆସିଥିଲେ। ସେ ଘର ପହଞ୍ଚି ବାରମ୍ବାର ବେଲ ମାରିଥିଲେ ମଧ୍ୟ କେହି ଦ୍ୱାର ଖୋଲି ନଥିଲେ। ଅନୁରାଗ ଘଟଣା ଦିନ ସକାଳ ୧୦.୩୦ରେ ଅନଲାଇନରେ ଖାଇବା ମଗାଇଥିବା ତାଙ୍କ ଫୋନରୁ ସ୍ପଷ୍ଟ ହୋଇଛି। ପୁଲିସ୍‌ ଅନୁରାଗଙ୍କୁ ଗିରଫ କରିଥିବା ବେଳେ ଏବେ ଜେରା ଜାରି ରଖିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading