ଧ୍ବଂସ ପାଇଯାଇଥିବା ଆତଙ୍କବାଦୀ ସଙ୍ଗଠନକୁ ଛିଡ଼ା କରିବା ପାଇଁ ଚାନ୍ଦା ମାଗୁଛି ମାସୁଦ

Spread the love

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରର ସଫଳତା ପାକିସ୍ତାନ ଓ ତାର ଆତଙ୍କବାଦୀ ସଙ୍ଗଠନ ଉପରେ ଦୃଢ଼ ପ୍ରଭାବ ପକାଇଛି। ଅପରେସନ ସିନ୍ଦୂରର ଶକ୍ତିଶାଳୀ ଆକ୍ରମଣ ପରେ ଧୂଳସାତ ହୋଇଯାଇଥିବା ଜୈସ-ଏ-ମହମ୍ମଦର ବହାବଲପୁର ହେଡକ୍ବାର୍ଟରକୁ ପାକିସ୍ତାନ ପୁଣିଥରେ ଛିଡ଼ା କରିବା ପାଇଁ ବଡ଼ ଯୋଜନା କରୁଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମାସୁଦ ଅଜହର ବହାବଳପୁରରେ ଜୈସ-ଏ-ମହମ୍ମଦର ମୁଖ୍ୟାଳୟକୁ ପୁଣିଥରେ ତିଆରି କରିବା ପାଇଁ ଯୋଜନା କରୁଛି। ଏଥିପାଇଁ ଅଭିଯାନ ବି ଆରମ୍ଭ କରି ଦେଲାଣି। ଜୈସ-ଏ-ମହମ୍ମଦର ମୁଖ୍ୟ ମସୁଦ ଏଥିପାଇଁ ଚାନ୍ଦା ମାଗିବା ଆରମ୍ଭ କରି ଦେଇଛି।

ମାସୁଦ ଏକ ପୋଷ୍ଟରେ କହିଛି, ‘ଅଭିଯାନ ଦ୍ବାରା ଜମିର ଅନେକ ଅଂଶ ଜନ୍ନଥ ପାଲଟିଯିବ। ସହିଦ ମସଜିଦ ପୁଣି ଜୀବିତ ହୋଇଯିବ। ମସଜିଦର ଉଜ୍ଜ୍ବଳରେ ଚାରିଆଡେ ଝଲସି ଉଠିବ। 

ଉଲ୍ଲେଖଯୋଗ୍ୟ, ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରର ପରିବାରର ୧୦ ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମାସୁଦ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ଭାରତର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ପରେ ମାସୁଦ କହିଥିଲା, ‘ଏୟାର ଷ୍ଟ୍ରାଇ‌କ୍‌ରେ ମୁଁ ମଧ୍ୟ ମରି ଯାଇଥିଲେ ଭଲ ହୋଇଥାଆନ୍ତା। ମୋର ଭାଇ ଭଉଣୀଙ୍କ ସମେତ ମୋର ପୂରା ପରିବାର ଶେଷ ହୋଇ ଯାଇଛି। ଏବେ ମୁଁ କାହା ମୁହଁ ଚାହିଁ ବଞ୍ଚିବି। ଏକାସାଙ୍ଗରେ ମୁଁ ମୋ ପରିବାରର ୧୦ଜଣ ସଦସ୍ୟଙ୍କୁ ହରାଇ ଦେଇଛି। ’


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading