ମୁମ୍ବାଇ: ରହୁଥିବା ଘର ଛାଡ଼ିଲେ ବଲିଉଡ ସୁପରଷ୍ଟାର ଆମୀର ଖାନ। ମୁମ୍ବାଇରେ ଥିବା ତାଙ୍କ ଘର ଛାଡ଼ି ଏବେ ସେ ଭଡ଼ା ଘରେ ରହିବେ ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ପାଇଁ ମୁମ୍ବାଇର ବାନ୍ଦ୍ରା ପଶ୍ଚିମକୁ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ଥିବା ପାଲି ହିଲରେ ୪ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା ନେଇଛନ୍ତି, ଯାହାର ମାସିକ ଭଡା ୨୪.୫ ଲକ୍ଷ ଟଙ୍କା ହେବ। କୁହାଯାଉଛି ଯେ, ଆମୀର ରହୁଥିବା ଭିର୍ଗୋ ହାଉସିଂ ସୋସାଇଟିରେ ଫ୍ଲାଟରେଗୁଡ଼ିକର ଏବେ ପୁନଃବିକାଶ କାର୍ଯ୍ୟ ଚାଲିଛି।
ତେଣୁ ଆମୀର ପ୍ରାୟ ୫ବର୍ଷ ପାଇଁ ଭଡ଼ା ଘରେ ରହିବେ। ଏଥିପାଇଁ ମେ’ ୨୦୨୫ରୁ ମେ’ ୨୦୩୦ପର୍ଯ୍ୟନ୍ତ ଏକ ପାଞ୍ଚ ବର୍ଷର ଲିଜ୍ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି, ଯେଉଁଥିରେ 45 ମାସର ଲକ୍-ଇନ୍ ଅବଧି ଅନ୍ତର୍ଭୁକ୍ତ। ଏହି ଚୁକ୍ତିରେ ୧.୪୬ କୋଟି ଟଙ୍କାରୁ ଅଧିକ ସୁରକ୍ଷା ଜମା(ସିକ୍ୟୁରିଟି ଡିପୋଜିଟ୍), ୪ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଏବଂ ୨ହଜାର ଟଙ୍କା ପଞ୍ଜୀକରଣ ଫି’ ଅନ୍ତର୍ଭୁକ୍ତ। ଏହା ସହ ଏଠାରେ ପ୍ରତିବର୍ଷ ଭଡା ପ୍ରାୟ ୫ପ୍ରତିଶତ ବୃଦ୍ଧି ପାଇବ।
Discover more from Emerging Odisha
Subscribe to get the latest posts sent to your email.