ଚଣ୍ଡିଖୋଲ,୫ା୮: ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁଙ୍କ ସହ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ବିବାଦର ଏକ ପ୍ରକାର ସମାଧାନ ହୋଇଛି। ନରି ନେଇଥିବା ୧୦ ଲକ୍ଷ ଟଙ୍କାକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ଜରିଆରେ ଫେରାଇଛନ୍ତି। ନାଣ୍ଡୁୁଙ୍କ ଅନୁପସ୍ଥିତିରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଟଙ୍କା ଗ୍ରହଣ କରିଥିଲେ । ଟଙ୍କା ଫେରସ୍ତ ପାଇଁ ନରି ପଣ୍ଡା ବାଲିଚନ୍ଦ୍ରପୁର ଥାନାକୁ ୩ ଥର ଆସି ନିରାଶ ହୋଇଥିଲେ। ହେଲେ ସୋମବାର ଟଙ୍କା ଫେରସ୍ତ ସମ୍ଭବ ହୋଇଛି। ପୂର୍ବରୁ ନରି ଆସିଥିଲେ ବି ନାଣ୍ଡୁ ଥାନାକୁ ଯିବେ ନାହିଁ, ହୋଟେଲରେ ଆଣି ଟଙ୍କା ଫେରାଇବାକୁ କହିଥିଲେ। ନରି କିନ୍ତୁ ଥାନା ଜରିଆରେ ଟଙ୍କା ଫେରାଇବାକୁ ଜିଦ୍ ଧରିଥିଲେ ା
Discover more from Emerging Odisha
Subscribe to get the latest posts sent to your email.