ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ

Spread the love

ନୂଆଦିଲ୍ଲୀ,୪।୮ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ଏବଂ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପୁଅ ହେମନ୍ତ ସୋରେନ କହିଛନ୍ତି, ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଆଜି ସକାଳ ୮:୪୮ରେ ଦେହାନ୍ତ ହୋଇଥିଲା। ତାଙ୍କୁ ଗଙ୍ଗାରାମ ହସ୍ପିଟାଲର ନେଫ୍ରୋଡ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। ଏହା ବ୍ୟତୀତ ଶରୀରରେ ଅନ୍ୟ କିଛି ସମସ୍ୟା ଥିଲା। ତାଙ୍କର ବୟସ ୮୧ ବର୍ଷ ଥିଲା।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ପୁଅ ହେମନ୍ତ ସୋରେନ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ସମ୍ମାନିତ ଗୁରୁଜୀ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ଆଜି ମୁଁ ଶୂନ୍ୟ ହୋଇଗଲି।

ଶିବୁ ସୋରେନ ଦୀର୍ଘ ଦିନ ଧରି ହସ୍ପିଟାଲରେ ନିୟମିତ ଚିକିତ୍ସାଧୀନ ଥିଲେ। ତାଙ୍କୁ ଜୁନ ୨୪ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading