ରୁଷ ପରେ ଆମେରିକାରେ ଭୂକମ୍ପ, ତୀବ୍ରତା ୩.୦

Spread the love

ଆମେରିକା : ରୁଷ ପରେ ପୁଣି ଆମେରିକାର ନ୍ୟୁୱର୍କରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୩.୦ ରହିଛି । ଯାହାର କେନ୍ଦ୍ରସ୍ଥଳ ସେଣ୍ଟ୍ରାଲ ପାର୍କଠାରୁ ୧୩ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିଲା । ପଶ୍ଚିମ ନ୍ୟୁ ଜର୍ସିର ଉପନଗର ହାସବ୍ରକ୍ ହାଇଟ୍ସରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଶନିବାର ଦିନ ବିଳମ୍ବିତ ରାତିରେ ଆମେରିକାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇଯାଇଥିଲେ । କିନ୍ତୁ ଏଥିରେ କାହାର କ୍ଷୟକ୍ଷତି ଘଟିଥିବା ସୂଚନା ମିଳିନାହିଁ ।

ଭୂକମ୍ପ ଅଳ୍ପ ସମୟ ପାଇଁ ଅନୁଭବ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଥମେ କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ପରେ ଘରର କାନ୍ଥରେ ଥରିବା ଭଳି କିଛି ଅନୁଭବ କରିଥିଲେ । ପ୍ରଥମେ ସେ ବୁଛି ପାରି ନଥିଲେ ହେଲେ କିଛି ସମୟ ପରେ ବୁଛି ପାରିଥିଲେ । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ଘଟିଥିବା ଖବର ନାହିଁ ।

ଅନ୍ୟପଟେ ଏଥିରେ ବଡ଼ କ୍ଷତି ହେବାର ସମ୍ଭାବନା ନାହିଁ ବୋଲି USGS କହିଛନ୍ତି । ତଥାପି ଲୋକଙ୍କ ବିପର୍ଯ୍ୟୟ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading