ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

Spread the love

ଭୁବନ,୦୩/୦୮ : ସାତ ଜନମ ପାଇଁ ସାଥି ହୋଇଥିଲେ । ସାତ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ହେଲେ ଅଧିକ ଦିନ ରହିଲାନି ଖୁସି । ରବିବାର ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଆଦିପୁରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।  

ସୂଚନା ମୁତାବକ, ଆଦିପୁର ଗାଁର ସ୍ୱର୍ଗତ ରାମଚନ୍ଦ୍ର ସାହୁଙ୍କ ମଝିଆଁ ପୁଅ ସତ୍ୟରଞ୍ଜନ ସାହୁ ସାତ ବର୍ଷ ପୂର୍ବେ ବନିତା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସବୁ କିଛି ଠିକ୍‌ଠାକରେ ଚାଲିଲା । ଏପିରିକି ତାଙ୍କର ଏକ ପାଞ୍ଚ ବର୍ଷର ଝିଅଟିଏ ମଧ୍ୟ ଅଛି । ସତ୍ୟରଞ୍ଜନ ବାହାରେ ରହି କାମ କରୁଥିଲେ । ତେବେ ବନିତା ଅନ୍ୟ ଜାତିର ହୋଇଥିବାରୁ ଶାଶୁ, ଦିଅର ଓ ନଣନ୍ଦ ଅକଥନୀୟ ନିର୍ଯାତନା ଦେଇଆସୁଥିଲେ । ଶେଷରେ ଶନିବାର ରାତିରେ ପ୍ରାୟ ଏକ ଘଟିକା ସମୟରେ ସ୍ୱାମୀ ସତ୍ୟରଞ୍ଜନ ଝିଅ ଘରକୁ ଖବର ଦେଇଥିଲେ କି, ତୁମ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ସକାଳେ ଝିଅଘର ଲୋକେ ପହଞ୍ଚି ଦେଖିଲା ବେଳକୁ ଝିଅଙ୍କୁ ତଳେ ଶୁଆଇ ଦିଆଯାଇଛି । ଯାହାକୁ ନେଇ ପରିବାର ଲୋକେ ସନ୍ଦେହ କରିଥିଲେ । ଏପିରିକି ଶାଶୁ, ଦିଅର ଓ ନଣନ୍ଦ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଝିଅ ଘର ଲୋକେ । 

ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଡକାଯାଇଛି । ଟିମ୍‌ ଆସି ତଦନ୍ତ କରିବା ପରେ ସତ ଜଣାପଡିବ ବୋଲି ଅନୁମାନ କରାଯାଉଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading