ଘର ଉପରକୁ ମାଡ଼ିଗଲ ଟ୍ୟାଙ୍କର, ବୃଦ୍ଧା ମୃତ

Spread the love

ବ୍ରେକ ଫେଲ୍ ହୋଇ ଘର ଉପରକୁ ମାଡ଼ିଗଲ ଟ୍ରକ । ରାୟଗଡ଼ା ଗୁମ୍ମା ଘାଟି ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକଟି ରାସ୍ତା କଡରେ ଥିବା ଗୋଟିଏ ଘର ସହିତ ଦୁଇଟି ଦୋକାନ ଗୃହକୁ ମାଡ଼ି ଯାଇଛି । ଘରେ ଭିତରେ ଲକ୍ଷ୍ମୀ ପାତ୍ର ନାମକ ବୃଦ୍ଧା ଶୋଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ଥିବା ସୂଚନା ରହିଛି । ଟ୍ରକ ଡ୍ରାଇଭର ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର ସୁନ୍ଦରଗଡ ତୁଶୁର ଅଞ୍ଚଳର ବୋଲି ଜଣାପଡିଛି ।  ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁଶାରେ ଆଜି ଭୋର ୩ ଟା ସମୟରେ ଟ୍ୟାଙ୍କର ଗାଡିଟି ଟିକିରି ଅଞ୍ଚଳରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ ବ୍ରେକଫେଲ ଯୋଙ୍ଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading