ଗୁଣି ସନ୍ଦେହରେ ଯୁବକକୁ ହତ୍ୟାକରି ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ

Spread the love

ମୋହନା,୩।୮: ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ରାଚାଗୁଡା ଗାଁର। ମୃତକ ହେଲେ ଗୋପାଳ ମଳିକ । ହତ୍ୟା ପରେ ମୃତଦେହକୁ ଅଡବା ହରଭଙ୍ଗୀ ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ । ଖବରପାଇ ମିଳିତଭାବେ ମୋହନା, ଅଡବା ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ରାତି ସାରା ଗୋଡ଼ାଇ ଗୋଡ଼ାଇ କାବୁ କରିବାରେ ସଫଳ ହୋଇଛି। ଏହି ହତ୍ୟା ଘଟଣାରେ ରାଚାଗୁଡା ଓ ଗୁଞ୍ଜିମା ଗାଁର ୧୪ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ l ଏଥିସହ ୩ ଟି ଅଟୋ ଓ ସମସ୍ତଙ୍କ ମୋବାଇଲ ଜବତ କରାଯାଇଛି । ଗତ ୧୫ ଦିନ ତଳେ ରାଚାଗୁଡା ଗାଁର ସୁବାଷ ମଳିକଙ୍କ ସ୍ତ୍ରୀ ଝୁନୁର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଗୋପାଳ ଗୁଣି କରି ଝୁନୁକୁ ମାରି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଥିଲେ । ଗୋପାଳ ନିଜ ଶ୍ୱଶୁର ଘର ଗଞ୍ଜାମ ଜିଲା ଗୌଡ଼ଗୋଠ ଗଣ୍ଡିଗାଁରେ ରହୁଥିଲା । ଗତ ରାତିରେ ଗୋପାଳକୁ ତାଙ୍କ ଶ୍ୱଶୁର ଘରୁ ଉଠାଇ ଆଣି ୨ ଟି ଅଟୋରେ ଗ୍ରାମବାସୀ ହରଭଙ୍ଗୀ ଡ୍ୟାମକୁ ନେଇଥିଲେ। ସେଠାରେ ଗୋପାଳଙ୍କୁ ହତ୍ୟାକରି ଡ୍ୟାମରେ ଫିଙ୍ଗି ଦେଇ ଚାଲିଆସିଥିଲେ । କୌଣସି ସୂତ୍ରରୁ ଖବରପାଇ ମୋହନା ପୋଲିସ ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅଧିକ ତଦନ୍ତ କରୁଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading