ପାଟଣା ୩୧/୦୭ : କେନ୍ଦୁଝର ଜିଲ୍ଲା ଉଖୁଣ୍ଡା-କାଠବାଉଁଶୁଳି ରାସ୍ତାର ହରିପଶି ଛକ ନିକଟରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । ଘଟଣା ସମ୍ପର୍କରେ ଖବର ପାଇ ବାରିଆ ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଉଖୁଣ୍ଡା-କଠାବାଉଁଶୁଳି ରାସ୍ତାର ହରିପଶି ଛକ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଏହା ଦେଖି ତୁରନ୍ତ ସ୍ଥାନୀୟ ଲୋକେ ବାରିଆ ଓ ସଦର ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଛି । ତେବେ ଯୁବକଙ୍କ ମୃତ୍ୟୁ କିପରି ହେଲା, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । କିନ୍ତୁ କିଛି କିଛି ଲୋକ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.