ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି । ତଳିଆ ଅଞ୍ଚଳରେ ଯେଉଁଠି ସବୁ ପାଣି ଅଛି ଆଗାମୀ ଦିନରେ ତାହା ନିଷ୍କାସନ ହୋଇଯିବ । ହୀରାକୁଦରେ ୨୦ ଟି ଗେଟ ଦେଇ ନିଷ୍କାସନ ହେଉଛି ଜଳ। ୨ ଲକ୍ଷ ୭୬ ହଜାର କ୍ୟୁସେକ ଇନ ଫ୍ଲୋ ଅଛି । ୩ ଲକ୍ଷ ୪୦ ହଜାର ପାଣି ନିଷ୍କାସିତ ହେଉଛି।
ଆଗକୁ ବର୍ଷାର ପରିମାଣ ଦେଖି ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯିବ। ସେହିପରି ରେଙ୍ଗାଲୀରେ ୩ ଟି ଗେଟ୍ ଖୋଲାଅଛି। ୨ହଜାର ୪୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ହଜାର ୬୦୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଲେବଲ ରହିଛି ୧୨୧.୬୮। ଆଖୁଆପଦାରେ ମଧ୍ୟ ବୈତରଣୀର ଜଳ ସ୍ତର କମିଛି । ବିପଦ ସଂକେତ ତଳେ ଜଳ ସ୍ତର ରହିଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।
ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ବଢିଥିଲା । ବର୍ତ୍ତମାନ ତାହା କମିଛି । ବର୍ତ୍ତମାନ ତାହାର ଲେବଲ ଅଛି ୧୭.୩୫ । ଜଳସ୍ତର ବିପଦ ସଂକେତ ତଳେ ରହିଛି । ମୟୂରଭଞ୍ଜର ରାସଗୋବିନ୍ଦପୁରରେ ମିଟରର ଏକ ଘାଇ ହୋଇଥିଲା । ତାହାର କାମ ଚାଲିଛି ବୋଲି ଜଳସମ୍ପଦ ସର୍ବ୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.