ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ

Spread the love

ନୂଆଦିଲ୍ଲୀ,୨୯/୦୭: ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ । ସୋମବାର ବିଳମ୍ବିତ ରାତିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।  ରଏଟର୍ସ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ କରାଯାଇଛି।

GFZ ଅନୁଯାୟୀ, ସମୁଦ୍ର ପୃଷ୍ଠରୁ ୧୦ କିଲୋମିଟର ତଳେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ବେଶ ଶକ୍ତିଶାଳୀ ଥିବା ବେଳେ ଏପର୍ଯ୍ୟନ୍ତ ଧନଜୀବନ ହାନିର ସୂଚନା ନାହିଁ।ତେବେ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଦ୍ୱୀପାଞ୍ଚଳକୁ ଭୂକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ, ଯେଉଁଠାରେ ବାରମ୍ବାର ଭୂମିକମ୍ପ ହୁଏ ଏବଂ ସୁନାମିର ଆଶଙ୍କା ମଧ୍ୟ ଥାଏ।ଏହି ଭୂମିକମ୍ପର ପ୍ରାୟ ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ-ଏନସିଆରରେ ଲଗାତାର ଦୁଇ ଦିନ ଧରି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ନିରନ୍ତର ଭୂକମ୍ପ ଯୋଗୁଁ ବିଶେଷଜ୍ଞ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading