ଅଗଷ୍ଟ ୯ରେ କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଜୟପୁରରେ ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

Spread the love

ଜୟପୁର,୨୯/୦୭: ଆସନ୍ତା ୯ ତାରିଖରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିବେ । ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ  ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ  ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି ।  

ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୋଜ  ସତ୍ୟବାନ ମହାଜନ ଏବଂ ବରିଷ୍ଠ ଅଧିକାରୀମାନେ  ସହର ଉପକଣ୍ଠ ବାଙ୍କବିଜା ପଡ଼ିଆ ପରିଦର୍ଶନ  କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ  ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି ।  ଆଜି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପରେ  ଜିଲ୍ଲାପାଳ ଶ୍ରୀ ମହାଜନ, ଉପଜିଲ୍ଲାପାଳ ଏ.ଶଶ୍ୟା  ରେଡ୍ଡୀ, ଏସ୍‌ପି ରୋହିତ ବର୍ମା, ଏସ୍‌ଡିପିଓ ପାର୍ଥ  ଜଗଦୀଶ କଶ୍ୟପ ପ୍ରମୁଖ ରେଲୱେ ଷ୍ଟେସନ  ନିକଟ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ହୋଇପାରେ । ଅଞ୍ଚଳ  ପରିଦର୍ଶନ ସହ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ  ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଆଲୋଚନା କରିଥିଲେ । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading