ଦାୟିତ୍ୱ ନେଲେ ଗଞ୍ଜାମର ନୂଆ ଜିଲାପାଳ

Spread the love

ଛତ୍ରପୁର,୨୮ା୭: ଗଞ୍ଜାମର ନୂତନ ଜିଲାପାଳ ଭାବେ ଭି.କୀର୍ତ୍ତି ଭାସନ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଏହା ପୂର୍ବରୁ କୋରାପୁଟ ଜିଲାପାଳ ଦାୟିତ୍ୱ ନିର୍ବାହ କରିଥିଲେ। ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲାରେ ଆଇଏଏସ୍‌ ପ୍ରୋବିସନାଲ ରହିବା ସହ ବ୍ରହ୍ମପୁର ଉପଜିଲାପାଳ ଓ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଥିଲେ। ଗଞ୍ଜାମ ଜିଲାର ପୂର୍ବ ଅନୁଭୂତି ପୁଣି ଅଧିକ ସପୋର୍ଟ କରିବ ବୋଲି କହିଥିଲେ। ଗଞ୍ଜାମ ଜିଲାରେ ଏଣିକି ପ୍ରତି ବ୍ଲକ୍‌ସ୍ତରୀୟ ଜନଶୁଣାଣି ହେବ। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଓ ସମାୟାନୁବର୍ତ୍ତିତା ଅଲମ୍ବନ ସହ ସରକାରଙ୍କ ବିଭିନ୍ନ ଜଣକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ରହିବ। ଜନସାଧାରଣଙ୍କ ନିକଟରୁ ଆସୁଥିବା ଅଭିଯୋଗଗୁଡିକ ତୁରନ୍ତ ସମାଧାନ କରିବା ପ୍ରାଥମିକତା ରହିବ ବୋଲି କହିଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading