ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ

Spread the love

ଭୁବନେଶ୍ୱର,୨୭।୭ ବିଜୁ ଜନତା ଦଳ (ବିଜେଡି) କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା (ନଂ. ୩୯୪/୨୦୨୫) ରୁଜୁ ହୋଇଥିଲା। ଏହି ଘଟଣା ଓଡ଼ିଶାର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଗତକାଲି ଶନିବାର ଲକ୍ଷ୍ମୀସାଗର ପୋଲିସ ଅମରେଶଙ୍କୁ ଫେରାର ହେବାରେ ସହାୟତା କରିଥିବା ଅଭିଯୋଗରେ ତାଙ୍କର ୫ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଏମାନେ ହେଲେ ବିବେକ କୁମାର ସ୍ୱାଇଁ (୨୯), ବିକ୍ରମ ମହାନ୍ତି (୪୨), ଦେବେନ୍ଦ୍ର କୁମାର ଭୋଳ ଓରଫେ ବୁଲୁ (୪୫), ସୁମନ କୁମାର ସାହୁ (୨୭) ଏବଂ ରାଜୀବ ଚମ୍ପତି (୪୫)। ଏହି ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ଓ POCSO ଆଇନରେ ବିଭିନ୍ନ ଧାରାରେ ଅଭିଯୋଗ ଲଗାଯାଇ ଝାରପଡ଼ା ଜେଲକୁ ପଠାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୨୩ ଜୁନ୍‌ରେ ରଜ ସମୟରେ ଅମରେଶ ଜେନା ଜଣେ ୧୯ ବର୍ଷୀୟା ଯୁବତୀଙ୍କ ସହ ସମ୍ପର୍କ ଗଢ଼ିଥିଲେ। ସେତେବେଳେ ଯୁବତୀ ନାବାଳିକା ଥାଇ ଅମରେଶ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରାଯାଇଛି। ୨୦୨୪ ଫେବୃଆରୀରେ ଯୁବତୀ ଗର୍ଭବତୀ ହେବା ପରେ ଅମରେଶ ତାଙ୍କୁ ଗର୍ଭନଷ୍ଟ କରିବାକୁ ବାଧ୍ୟ କରିଥିଲେ। ଏହାପରେ ଅମରେଶ ଯୁବତୀଙ୍କୁ ଏଡ଼ାଇବା ଆରମ୍ଭ କରି ଭୁବନେଶ୍ୱର ଛାଡ଼ିବାକୁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅମରେଶ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ ଏବଂ ଏହି ସମ୍ପର୍କ ବିଷୟରେ କାହାକୁ ନ କହିବାକୁ ଚେତାବନୀ ଦେଇଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading