ଅନେକ ଲୋକ ସୁସ୍ଥ ରହିବା ପାଇଁ ଲେମ୍ବୁ ପାଣି ପିିଇବାକୁ ପସନ୍ଦ କରିଥାନ୍ତି । ଖରାଦିନେ ଏହାକୁ ପିଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ଜଳୀୟଅଂଶ ମଧ୍ୟ ଠିକ୍ ରହିଥାଏ । କିନ୍ତୁ ଲେମ୍ବୁପାଣି ସମସ୍ତଙ୍କୁ ଫାଇଦା ଦେଇ ନ ଥାଏ। କିଛି ଶାରୀରିକ ସମସ୍ୟା ଏପରି ରହିଛି, ଯେଉଁଠି ଲେମ୍ବୁ ପାଣି ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଶାରୀରିକ ସମସ୍ୟା ଥିଲେ ଲେମ୍ବୁ ପାଣି ପିଇବା ଅନୁଚିତ ।
୧. ଯଦି ଆପଣଙ୍କର କିଡ୍ନୀ ବା ଯକୃତ ସମ୍ବନ୍ଧିତ ସମସ୍ୟା ରହିଛି । ତେବେ ଲେମ୍ବୁ ପାଣି ସେବନ ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଲେମ୍ବୁରେ ଥିବା ଅକ୍ସୋଲେଟ୍ସ ପେଟରେ ଜମି ଷ୍ଟୋନ ସମସ୍ୟା ସୃଷ୍ଟି କରିଥାଏ।
୨. ଯେଉଁ ଲୋକମାନଙ୍କର ହାଡ଼ଜନିତ କିଛି ସମସ୍ୟା ରହିଛି, ସେମାନଙ୍କୁ ଲେମ୍ବୁ ପାଣିଠାରୁ ଦୂରରେ ରହିବା ଦରକାର ।
୩. ଲେମ୍ବୁ ପାଣି ପିଇବା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ। ଯଦି ଆପଣଙ୍କର ପରିଶ୍ରା ସମ୍ବନ୍ଧିତ ସମସ୍ୟା ରହିଛି, ତେବେ ମଧ୍ୟ ଲେମ୍ବୁ ପାଣି ପିଇବା ବନ୍ଦ କରନ୍ତୁ।
Discover more from Emerging Odisha
Subscribe to get the latest posts sent to your email.