ଆମେରିକାକୁ ଇରାନର କଡ଼ା ଜବାବ

ଆମେରିକାକୁ ଇରାନର କଡ଼ା ଜବାବ । କତାରରେ ଆମେରିକା ଏୟାର ବେସ୍‌ ଉପରେ ମିସାଇଲ ଆକ୍ରମଣ । କତାରରେ ଥିବା ଆମେରିକାର ସାମରିକ ବେସ୍‌ ଉପରେ ଆକ୍ରଗ୍ରହଣମଣ କରିଛି ଇରାନ । ଆକ୍ରମଣ ପରେ ଇରାନ କହିଛି ଯେ ଆମେ ଆମର ପ୍ରତିଶୋଧ ନେଇଛୁ ।

ଆମେରିକାର ବାୟୁସେନା ଘାଟି ଉପରେ ଆକ୍ରମଣ ପରେ ଖାମେନି ଟ୍ୟୁଇଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି । ଆମେ କାହାକୁ କ୍ଷତି ପହଞ୍ଚାଇ ନାହୁଁ । ଆମେ କୌଣସି ପରିସ୍ଥିତିରେ ଆମ ଉପରେ ଆକ୍ରଗ୍ରହଣ କରିବୁ ନାହିଁ । ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ।ସେପଟେ ଇରାନର ଆକ୍ରମଣ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ରମ୍ପ ଇରାନର ପ୍ରତିଆକ୍ରମଣକୁ ଦୁର୍ବଳ ବୋଲି ବର୍ଣ୍ଣନା କରିଛନ୍ତି । ‘ଆମେରିକା ସଫଳତାର ସହ ଇରାନର କ୍ଷେପଣାସ୍ତ୍ର ଆକ୍ରମଣକୁ ବିଫଳ କରିଛି । ସେମାନେ ମୋଟ 14ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ । ଯେଉଁଥିରୁ 13ଟିକୁ ନଷ୍ଟ କରାଯାଇଥିଲା ।

ଗୋଟିଏ କ୍ଷେପଣାସ୍ତ୍ର ଛାଡି ଦିଆଯାଇଥିଲା କାରଣ ଏହା ଲକ୍ଷ୍ୟ ସ୍ଥଳକୁ ନଥିଲା । ଏହି ଆକ୍ରମଣରେ କୌଣସି ଆମେରିକୀୟଙ୍କ କ୍ଷତି ହୋଇନାହିଁ । ଆମେ ଆଶା କରୁଛୁ ଯେ ଭବିଷ୍ୟତରେ ଏଭଳି କୌଣସି ଘୃଣ୍ୟ କାର୍ଯ୍ୟ କରାଯିବ ନାହିଁ । ଇରାନକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଆକ୍ରମଣ ପୂର୍ବରୁ ସୂଚନା ଦେଇଥିବାରୁ । ଯାହା ଫଳରେ କୌଣସି ଜୀବନହାନି ହୋଇନାହିଁ । ଇରାନ ଏବେ ଶାନ୍ତି ଆଡକୁ ଅଗ୍ରସର ହେବା ଆବଶ୍ୟକ । ମୁଁ ଇସ୍ରାଏଲଠାରୁ ମଧ୍ୟ ସମାନ ଆଶା କରୁଛି ।

ଯାହାଦ୍ୱାରା ମଧ୍ୟପ୍ରାଛ୍ୟରେ ଶାନ୍ତି ଫେରିବ ।ଆମେରିକା ଉପରେ ଇରାନ ଆକ୍ରମଣ ପରେ ତେହେରାନରେ ଉତ୍ସବ, ଲୋକମାନେ ପତାକା ଧରି ରାସ୍ତାକୁ ବାହାରି ଆସିଥିଲେ । ଅଲ-ଉଦେଦ ଏୟାରବେସ୍ ମଧ୍ୟପ୍ରାଚ୍ୟରେ ଥିବା ସବୁଠାରୁ ବଡ଼ ଆମେରିକୀୟ ସାମରିକ ଘାଟି ମଧ୍ୟରୁ ଗୋଟିଏ ।

ସାଧାରଣତଃ ଏଠାରେ ୧୦ ରୁ ୧୧ ହଜାର ସୈନିକ ସବୁସମୟରେ ରୁହନ୍ତି । ଦୋହାରେ ଆମେରିକାର ଦୁଇଟି ସାମରିକ ଘାଟି ଅଛି ।

Leave a Reply

Your email address will not be published. Required fields are marked *