୩ ଦିନ ହେଲା ପାଣି ଘେରରେ ଶହ ଶହ ପରିବାର

ସୁବର୍ଣ୍ଣରେଖା ଆଣି ଦେଇଛି ଦୁଃଖ । ୩ ଦିନ ହେଲା ବାଲିଆପାଳ, ଭୋଗରାଇ ଓ ଜଳେଶ୍ବରରେ ବନ୍ୟା ପରିସ୍ଥିତିପାଣି ଘେରରେ ଶହ ଶହ ପରିବାର, ୩ ଶହ ଏକର ପରିବା ଚାଷ ନଷ୍ଟ । ବିପନ୍ନ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଉଛି ଜିଲ୍ଲା ପ୍ରଶାସନ ।

କମିଛି ପାଣି, ବଢିଛି ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ଆଣି ଦେଇଛି ଦୁଃଖ । ବନ୍ୟା ଯୋଗୁ କଷ୍ଟ ଭୋଗୁଛନ୍ତି ସୁବର୍ଣ୍ଣରେଖା ନଦୀ କୂଳିଆବାସିନ୍ଦା । ୩ ଦିନ ହେଲା ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ ଓ ଜଳେଶ୍ବରରେ ବନ୍ୟା ପରିସ୍ଥିତି ଲାଗି

ରହିଛି । ପାଣି ଘେରରେ ଶହ ଶହ ପରିବାର । ୩ ଶହ ଏକର ପରିବା ଚାଷ ନଷ୍ଟ ହୋଇଛି । ବନ୍ୟା ପାଣିରେ ଭାସି ଯାଇ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାବେଳେ ବିପନ୍ନ ନିକଟରେ ଜିଲ୍ଲା ପ୍ରଶାସନ ପହଁଚି ଶୁଖିଲା ଖାଦ୍ୟ ପହଞ୍ଚାଇଛି ।

Leave a Reply

Your email address will not be published. Required fields are marked *