
ସେୟାର ବଜାରରେ ଇସ୍ରାଏଲ – ଇରାନ ଯୁଦ୍ଧର ବଡ଼ ପ୍ରଭାବ । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେନସେକ୍ସ ୬୦୦ ପଏଣ୍ଟ ତଳକୁ ଖସିଛି । ସକାଳୁ ମାର୍କେଟ ଖୋଲିବା ପରେ ୬୦୦ ପଏଣ୍ଟ ଖସିଥିବା ବଳେ ନିଫ୍ଟି ୧୮୦ ପଏଣ୍ଟ ଖସିଛି । କେବଳ ଭାରତରେ ନୁହେଁ ବିଶ୍ବ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ସେହିପରି ଏନର୍ଜୀ ମାର୍କେଟରେ ମଧ୍ୟ ପ୍ରଭାବ । ଚୀନ, ଜାପାନ, ହଂକଂ ଓ ସିଙ୍ଗାପୁରରେ ଖସିଲା ଷ୍ଟକ ମାର୍କେଟ୍ । ଅଶୌଧିତ ତୈଳ ଦର ତିନି ପ୍ରତିଶତ ବୃଦ୍ଧି ।ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି । ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା ।
ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଢିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।