୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବି, ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

Spread the love

ଦେବଗଡ଼: ଦେବଗଡ଼ ବନ୍ଦ ଡାକରା । ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବିରେ ବନ୍ଦ ରହିଛି । ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ଚିକିତ୍ସା ସେବା ଦାବିରେ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦରେ ଅତ୍ୟବଶ୍ୟକ ସାମଗ୍ରୀ, ଚିକିତ୍ସା ସେବା, ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଉଥିବା ବେଳେ ଦୋକାନ ବଜାର, ସରକାରୀ-ବେସରକାରୀ ଅନୁଷ୍ଠାନ, ବସ-ମଟର ବନ୍ଦ ରହିଛି ।

ପୂର୍ବରୁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ବୈଠକ ବସିଥିଲା । ସେଥିରେ ସର୍ବସମ୍ମତିକ୍ରମେ ବନ୍ଦ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ିମଟର ଅଟକାଇଛନ୍ତି ଆନ୍ଦୋଳନାକାରୀ । ଏହିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ମଧ୍ୟ କରୁଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading