୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର, ଖୁବଶୀଘ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର

Spread the love

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନା ଲାଗି ୧ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି । ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ୩.୫ କୋଟି କର୍ମଚାରୀ ଉପକୃତ ହେବେ । ଯୋଜନାର ଦୁଇଟି ଭାଗ ରହିଛି । ପ୍ରଥମ ଭାଗ କର୍ମଚାରୀ ଓ ଦ୍ୱିତୀୟଟି ନିଯୁକ୍ତିଦାତାଙ୍କ ପାଇଁ ରହିଛି । ପ୍ରଥମ ଭାଗରେ ୧.୯୨ କୋଟି ଏବଂ ଦ୍ୱିତୀୟ ଭାଗରେ ୨.୬୦ କୋଟି କର୍ମଚାରୀ ଉପକୃତ ହେବେ ବୋଲି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଞ୍ଚଳିକ ଭବିଷ୍ୟନିଧି କମିସନର-୨ ମୌସୁମୀ ଲତା ପାଢ଼ୀ କହିଥିଲେ ଯେ ଏହି ଯୋଜନାରେ ବିନିର୍ମାଣ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରଥମ ଥର ଚାକିରିରେ ଯୋଗଦେଉଥିବା କର୍ମଚାରୀଙ୍କୁ ଏହି ଯୋଜନାରେ ଦୁଇଟି କିସ୍ତିରେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ । କର୍ମଚାରୀଙ୍କ ଭିତରେ ସଞ୍ଚୟ ମନୋଭାବ ବଢ଼ାଇବା ଲାଗି ପ୍ରୋତ୍ସାହନ ରାଶିକୁ ଏକ ସଞ୍ଚୟ ଖାତାରେ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜମା‌ ରଖାଯିବ । ସେହି ସମୟ ଶେଷ ହେବା ପରେ ଟଙ୍କା ଉଠାଇହେବ । ସେହିପରି, ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପାଇଁ ୬ ମାସ ପର୍ଯ୍ୟନ୍ତ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ବିନିର୍ମାଣ କ୍ଷେତ୍ରର କର୍ମଚାରୀଙ୍କୁ ତୃତୀୟ ଓ ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ଏହି ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ଇପିଏଫ୍‌ଓର ନୋଡାଲ୍ ଅଫିସର୍‌ ଅଲେଖ ଚନ୍ଦ୍ର ସାହୁ,  ସ୍ୱସ୍ତି ଗ୍ରୁପ୍‌ର ଭିପି ଶୁଭୋ ବିଶ୍ବାସ ଓ ମହାପ୍ରବନ୍ଧକ (କର୍ପୋରେଟ୍ ଯୋଗାଯୋଗ) ନିହାର ରଞ୍ଜନ ସାହୁ ଉପସ୍ଥିତ ଥିଲେ । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading