୧୦ ହଜାର ଟଙ୍କାର SIP କଲେ କେତେ ଦିନରେ ହେବେ କୋଟିପତି? ଜାଣନ୍ତୁ …

Spread the love

ନୂଆଦିଲ୍ଲୀ,୩୧।୮: ଆଜିକାଲି ଅଧିକାଂଶ ଲୋକ ନିଜ ପୋର୍ଟଫୋଲିଓରେ ମ୍ୟୁଚୁଆଲ ଫଣ୍ଡକୁ ସାମିଲ କରୁଛନ୍ତି। କାରଣ ସ୍ପଷ୍ଟ। ଏଥିରେ କମ୍‌ ଟଙ୍କା ଦୀର୍ଘ ଅବଧି ଯାଏ ନିବେଶ କରି ଏକ ବଡ଼ ପାଣ୍ଠି ତିଆରି କରାଯାଇପାରେ। ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ SIP (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବେ ଏହା ପ୍ରଶ୍ନ ଆସିଥିବ ଯେ, ପ୍ରତି ମାସରେ ୧୦,୦୦୦ ଟଙ୍କାର SIP କଲେ କେତେ ଦିନରେ ଆପଣ କୋଟିପତି ହୋଇପାରିବେ?

SIP ରୁ କେବେ ହେବେ କୋଟିପତି?
ଯଦି ଆପଣ ପ୍ରତି ମାସରେ ୧୦,୦୦୦ ଟଙ୍କାର SIP କରନ୍ତି ଏବଂ ହାରାହାରି ୧୨% ବାର୍ଷିକ ରିଟର୍ନ ମିଳେ, ତେବେ ପ୍ରାୟ ୨୫ ବର୍ଷରେ ଆପଣଙ୍କ ପାଣ୍ଠି ୨ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟରେ ଆପଣଙ୍କ ମୋଟ ନିବେଶ ରାଶି ପ୍ରାୟ ୩୦ ଲକ୍ଷ ଟଙ୍କା ହେବ, କିନ୍ତୁ କମ୍ପାଉଣ୍ଡିଂର ଶକ୍ତି ଯୋଗୁ ୧.୪୦ କୋଟି ଟଙ୍କାରୁ ଅଧିକ ସୁଧ(ଗ୍ରୋଥ) ମିଳିବ। ଅର୍ଥାତ ମ୍ୟାଚୁରିଟି ସମୟରେ ଆପଣଙ୍କୁ ପ୍ରାୟ ୧.୭୦ ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିବ।

କୋଟିପତି ହେବାକୁ କେତେ ସମୟ ଲାଗିବ?
ଯଦି ଆପଣଙ୍କ ଲକ୍ଷ୍ୟ କେବଳ ୧ କୋଟି ଟଙ୍କା , ତେବେ ଏଥିପାଇଁ ଆପଣଙ୍କୁ ପ୍ରାୟ ୨୦ ରୁ ୨୧ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ହେବ। ଅର୍ଥାତ ଧୌର୍ଯ୍ୟ ଏବଂ ନିୟମିତତା ବଜାୟ ରଖିଲେ, ୧୦,୦୦୦ ଟଙ୍କାର ଛୋଟ SIP ମଧ୍ୟ ଆପଣଙ୍କୁ କୋଟିପତି କରିପାରେ।

କିପରି କରିବେ ହିସାବ?
ଆଜି ଇଣ୍ଟରନେଟରେ ଅନେକ SIP କାଲକୁଲେଟର ଉପଲବ୍ଧ। ଏଗୁଡ଼ିକ ମାଧ୍ୟମରେ ଆପଣ ସହଜରେ ଜାଣିପାରିବେ ଯେ, ଆପଣଙ୍କ ନିବେଶ କେତେ ସମୟରେ କେତେ ରାଶି ପର୍ଯ୍ୟନ୍ତ ପହଞ୍ଚିବ।

– ପ୍ରଥମେ କୌଣସି SIP କାଲକୁଲେଟର ଓ୍ବେବସାଇଟ (ଯେପରିକି Groww) କୁ ଯାଆନ୍ତୁ।
– ସେଠାରେ ଆପଣଙ୍କ ମାସିକ ନିବେଶ (୧୦,୦୦୦ ଟଙ୍କା), ଅନୁମାନିତ ରିଟର୍ନ (୧୨%) ଏବଂ ନିବେଶ ଅବଧି (ବର୍ଷରେ) ପୂରଣ କରନ୍ତୁ।
– ଏହାପରେ ଆପଣଙ୍କୁ ତୁରନ୍ତ ଜଣାପଡ଼ିବ ଯେ, ଆପଣଙ୍କ ଟଙ୍କା କେତେ ବର୍ଷରେ କେତେ ବଢ଼ିବ।

SIP କାହିଁକି ଜରୁରୀ?
SIP ର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ ଆପଣ କମ ରାଶିରୁ ଆରମ୍ଭ କରିପାରନ୍ତି। ଏଥିରେ ବଜାରର ରିସ୍କ ସମୟ ସହିତ ସନ୍ତୁଳିତ ହୋଇଯାଏ ଏବଂ ଦୀର୍ଘ ଅବଧିରେ କମ୍ପାଉଣ୍ଡିଂ ଯୋଗୁ ଏକ ବଡ଼ ପାଣ୍ଠି ତିଆରି ହୁଏ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading