ହଙ୍ଗାମାରୁ ଆରମ୍ଭ ହଙ୍ଗାମାରେ ଶେଷ; ୧୨ ବିଲ୍ ପାସ୍, ଲୋକସଭା ଚାଲିଲା ମାତ୍ର ୩୬ ଘଣ୍ଟା

Spread the love

ହଙ୍ଗାମାରୁ ଆରମ୍ଭ, ହଙ୍ଗାମାରେ ଶେଷ । ମାସେ ଭିତରେ ମାତ୍ର ୩୬ ଘଣ୍ଟା ଚାଲିପାରିଲା ଲୋକସଭା, ରାଜ୍ୟସଭା ଚାଲିଲା ମାତ୍ର ଦୁଇ ଘଣ୍ଟା ଅଧିକ ଅର୍ଥାତ ୩୮ ଘଣ୍ଟା । ଏହି କଥାରୁ ହିଁ ଆପଣ ଜାଣିପାରୁଥିବେ ସଂସଦରେ ଲୋକଙ୍କ କଥା କେତେ ଉଠିଥିବ?

ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ଶେଷ ଦିନ । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ହଙ୍ଗାମା ହିଁ ଦେଖିବାକୁ ମିଳିଥିଲା । ଗତ ଗୋଟିଏ ମାସ ଧରି ବିଭିନ୍ନ ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଖାସ୍ କରି ଏସଆଇଆର ପ୍ରସଙ୍ଗରେ ସରଗରମ ରହିଥିଲା ଗୃହ । ଯାହାପରେ ଆଜି ଲୋକସଭାକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଏଥର ଲୋକସଭାର ଅଧିବେଶନରେ ମୋଟ ୧୨ଟି ବିଲ୍ ପାସ୍ ହୋଇଛି। ଲୋକସଭାର ଏହି ଅଧିବେଶନରେ ମୋଟ ୪୧୯ ପ୍ରଶ୍ନକୁ ସାମିଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏଥରର ମୌସୁମୀ ଅଧିବେଶନକୁ ବିଜୟୋତ୍ସବ ଅଧିବେଶନ କହିଥିଲେ । ତେବେ ପ୍ରଥମରୁ ହିଁ ବିରୋଧୀମାନେ ଗୃହରେ ହୋ ହଲ୍ଲା, ହଙ୍ଗାମା ଆରମ୍ଭ କରିଦେଇଥିଲେ । ଗତକାଲି ଏହି ଧାରା ମଧ୍ୟ ବଜାୟ ରହିଥିଲା । ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ୍ ଆଗତ କରିବା ସମୟରେ ବିରୋଧୀମାନେ ବିଲକୁ ଚିରି ତାଙ୍କ ଉପରକୁ ଫୋପାଡ଼ିଥିଲେ । ଯାହାକି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading