ସୀମା ବିବାଦ ନେଲା ଉଗ୍ରରୂପ, ଦୁଇ ଗାଁ ଭିତରେ ଭୟଙ୍କର ଗଣ୍ଡଗୋଳ

Spread the love

ବେଗୁନିଆ: ଦୁଇ ଗାଁ ଭିତରେ ଲାଗି ରହିରହିଥିବା ସୀମା ବିବାଦ ନେଲା ଉଗ୍ରରୂପ  । ବେଗୁନିଆ ବାଘମାରି ଥାନା ଅନ୍ତର୍ଗତ ଓସ୍ତପୁର ଏବଂ କୋଟପଲା ମଧ୍ୟରେ ଦୀର୍ଘଦିନ ହେବ ଚାଲିଥିବା ସୀମା ବିବାଦ ଏବଂ ନାମ ଫଳକ ବିବାଦ ଏବେ ଉଗ୍ରରୂପ ନେଇଛି । ଉଭୟ ଗାଁ ଭିତରେ ପୋଲିସ ଉପସ୍ଥିତିରେ ପୁଣି ଗଣ୍ଡଗୋଳ ହୋଇଛି । ଦୋକାନ ଘର ଭଙ୍ଗାରୁଜା ସହିତ ଅନେକ ହୋଇଛନ୍ତି ଆହତ  । ଏଥିସହିତ ବିଦ୍ୟାଳୟରେ ମଧ୍ୟ ଉଭୟ ଗ୍ରାମବାସୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ସହିତ ସମସ୍ତେ ନାକେଦମ କିନ୍ତୁ ବାହାରି ପାରୁନି ସମାଧାନର ରାସ୍ତା ।

ଗାଁର ସୀମାବିବାଦ ଏବଂ ନାମ ଫଳକକୁ ନେଇ ତୁମୁଳ କାଣ୍ଡ । ଦୋକାନ ବଜାର ଭଙ୍ଗାରୁଜା, ଗାଡିମଟର ଯାତାୟାତ ବାଧାପ୍ରାପ୍ତ  । ଏପରିକି ଦୁଇ ଗାଁର ଏହି ବିବାଦକୁ ନେଇ ସମସ୍ୟା ଭୋଗୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଅନେକ ହୋଇଛନ୍ତି ଆହତ  । ଆଉ ଏହାରି ଭିତରେ ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା । କୋଟପଲା ଏବଂ ଓସ୍ତପୁର ଗ୍ରାମବାସୀଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ପ୍ରଶାସନ ଅପାରଗତା କାରଣରୁ ଆଜି ଉଗ୍ରରୂପ ନେଇଥିବା ବେଳେ ହଇରାଣ ହେବାକୁ ପଡିଛି ଜନସାଧାରଣଙ୍କୁ,  ତଥାପି ସମାଧାନର ବାଟ ବାହାରି ପାରୁନି ।

ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତା କଡରେ ଉଭୟ ପାର୍ଶ୍ବରେ ରହିଛି ଦୁଇ ଗାଁ ଓସ୍ତପୁର ଏବଂ କୋଟପଲା । ହେଲେ ଗାଁର ସୀମା ବିବାଦ ଦୀର୍ଘ ପାଞ୍ଚ ବର୍ଷ ହେବ ଲାଗି ରହି ଆସିଥିବା ବେଳେ ଅନେକ ଥର ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଏ ନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଚାଲିଛି  । ନିକଟରେ ସ୍ଥାନୀୟ ତହସିଲଦାର ବାଘମାରୀ ପୋଲିସ ଉପସ୍ଥିତିରେ ଏକ ନାମ ଫଳକ ପୋତୁ ଥିବାବେଳେ ଓସ୍ତପୁର ଗ୍ରାମବାସୀ ବିରୋଧ କରିଥିଲେ  । ପରେ ଏହା ଉଗ୍ରରୂପ ନେଇ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ପରେ ଉଭୟ ଗାଁର ପିଲା ସ୍କୁଲରେ ପଢ଼ିବାକୁ ଯାଇଥିବା ବେଳେ ପିଲାମାନଙ୍କ ଉପରେ ଗ୍ରାମବାସୀଙ୍କ ଆକ୍ରମଣ ମିଥ୍ୟା ପ୍ରଚାର ହୋଇ ଉଭୟ ଗ୍ରାମବାସୀ ପୁଣି ଗଣ୍ଡଗୋଳ ହୋଇ ଲହୁଲୁହାଣ ହୋଇଛନ୍ତି । ତେବେ ଖୁବଶୀଘ୍ର ଶାନ୍ତି କମିଟି ଗଠନ କରାଯାଇ ସମାଧାନର ବାଟ ବାହାର କରାଯିବ ବୋଲି କରିଛନ୍ତ ସ୍ଥାନୀୟ ତହସିଲଦାର ।

ଦୁଇ ଗାଁର ହେଉଥିବା ଏହି ବିବାଦର ସମାଧାନ ବାହାରି ନଥିବାବେଳେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସେପଟେ ଦୁଇ ଗାଁ ଭିତରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading