ସାବଧାନ ! ମାଳ ମାଳ ୱେବସାଇଟ୍ ରେ ଶ୍ରୀମନ୍ଦିରକୁ ଫେକ୍ ତଥ୍ୟ

Spread the love

ମହାପ୍ରଭୁଙ୍କ ଦର୍ଶନ ପାଇଁ ୱେବସାଇଟରେ ଦିଆଯାଉଛି ଫେକ୍ ତଥ୍ୟ

ଶ୍ରୀମନ୍ଦିରରେ ନାହିଁ କୌଣସି ଟଙ୍କା ବ୍ୟବସ୍ଥା

ହେଲେ ଦର୍ଶନ ବୁକିଂ, ମନ୍ଦିର ଟାଇମିଙ୍ଗସ୍ ରେ କରାଯାଉଛି ମିଛ ପ୍ରଚାର

ପୁରୀରେ ଶ୍ରୀମନ୍ଦିର ଦର୍ଶନ ପାଇଁ ୱେବସାଇଟରେ ତଥ୍ୟ ଖୋଜୁଛନ୍ତି କି । ତେବେ ସାବଧାନ ! ଗୋଟିଏ କି ଦୁଇଟି ନୁହେଁ ମାଳ ମାଳ ୱେବସାଇଟରେ ଶ୍ରୀମନ୍ଦିରକୁ ନେଇ ରହିଛି ଫେକ୍ ତଥ୍ୟ । ଭିଆଇପି ଦର୍ଶନ ନାଁ ରେ ନିର୍ଦ୍ଦିଷ୍ଟ ଦେୟ ରାଶିର ତଥ୍ୟ ରଖିଛନ୍ତି ବିଭିନ୍ନ ୱେବସାଇଟ୍ ।

ତେବେ ଶ୍ରୀମନ୍ଦିର ଦର୍ଶନ ପାଇଁ କୌଣସି ଟଙ୍କା ବ୍ୟବସ୍ଥା ନଥିବାବେଳେ ଗୁଗୁଲ୍ ରେ ଉପଲବ୍ଧ ବିଭିନ୍ନ ୱେବ୍ ସାଇଟ୍ ରେ ରହିଛି । ଶୁଳ୍କ ଯୁକ୍ତ ଦେୟକୁ ନେଇ ତଥ୍ୟ ଥିବା ଦେଖିବାକୁ ମିଳିଛି । ଯାହାକି ସମ୍ପୂର୍ଣ୍ଣ ଭୂଲ୍ ତଥ୍ୟ । ମହାପ୍ରଭୁଙ୍କ ଦର୍ଶ ପାଇଁ କୌଣସି ଦେୟ ଲାଗିନଥାଏ । ହେଲେ ଇଣ୍ଡିଆ ଥ୍ରିଲସ୍, ପିଲିଗ୍ରୀମେଜ୍ ଟୁର୍, ଦର୍ଶନ ବୁକିଂ, ମନ୍ଦିର ଟାଇମିଙ୍ଗସ୍ ଆଦି ଅନେକ ୱେବସାଇଟ୍ ରେ ଫେକ୍ ତଥ୍ୟ ରହିଛି । ଏସବୁ ୱେବସାଇଟ୍ ରେ ଟଙ୍କା ଦେଇ ଭିଆଇପି ଦର୍ଶନ ବାବଦରେ ଫେକ୍ ସୂଚନା ରହିଛି ।

କେତେକ ୱେବସାଇଟ୍ ରେ ରହିଛି ଫୋନ୍ ନମ୍ବର ଓ ମେଲ୍ ଆଇଡି । ତେବେ ଏସବୁ ୱେବସାଇଟ୍ କେଉଁ ସାହସରେ ଏଭଳି ତଥ୍ୟ ରଖିଛନ୍ତି । ଏମାନଙ୍କ ପଛରେ ଆଉ କିଏ ରହିଛି କି ? ଏସବୁକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading