ଫିଲ୍ମ ଜଗତରେ ଡେଟିଂ, ବିବାହ, ବ୍ରେକଅପ୍ ଭଳି ଗୁଜବ ଉଡ଼ିବା ସାଧାରଣ କଥା । ସୋସିଆଲ ମିଡିଆରେ ଅନେକ ଅଭିନେତାଙ୍କ ଘନିଷ୍ଠତାର ଭିଡିଓ ଟ୍ରେଣ୍ଡ କରୁଥାଏ । ବର୍ତ୍ତମାନ ଲେଟେଷ୍ଟ ଖବର ‘ସନ୍ ଅଫ୍ ସର୍ଦ୍ଦାର ୨’ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ନେଇ ଆସୁଛି । ମୃଣାଳ ଠାକୁର ନିକଟରେ ଅଗଷ୍ଟ ୧ ତାରିଖରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ସହିତ ଧନୁଷ ମଧ୍ୟ ନଜର ଆସୁଛନ୍ତି । ଏହି ଭାଇରାଲ ଭିଡିଓରେ ଧନୁଷଙ୍କୁ ମୃଣାଳଙ୍କ ହାତ ଧରିଥିବାର ଏବଂ ଦୁହେଁ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳୁଛି । ସେହିପରି ମୃଣାଳ ମଧ୍ୟ ତାଙ୍କ କାନରେ କିଛି ଫୁସ୍ଫୁସ୍ କରୁଥିବାର ନଜର ଆସୁଛନ୍ତି । ଏହାଛଡ଼ା ଏହି ଗୁଜବକୁ ସେତେବେଳେ ହାୱା ମିଳିଲା ଯେତେବେଳେ ଧନୁଷ ଅଜୟ ଦେବଗନଙ୍କ ସହିତ ମୃଣାଳଙ୍କ ଲେଟେଷ୍ଟ ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର ୨’ର ସ୍କ୍ରିନିଂରେ ସାମିଲ ହେବାକୁ ମୁମ୍ବାଇ ଆସିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେତେବେଳେ ଜଣେ ୟୁଜର ଏହାକୁ କ୍ୟାପ୍ସନ ସହିତ ସେୟାର କରିଥିଲେ,”ଧନୁଷ ଏବଂ ମୃଣାଳ ଠାକୁର ଡେଟ୍ କରୁଛନ୍ତି?”
ନିକଟରେ ଇନଷ୍ଟାଣ୍ଟ ବଲିଉଡ ସହିତ କଥାବାର୍ତ୍ତାରେ ମୃଣାଳ କହିଥିଲେ ଯେ ସେ ନିଜର କ୍ୟାରିୟରକୁ ନେଇ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବାରେ ବିଶ୍ୱାସ ରଖନ୍ତି । ଅଭିନେତ୍ରୀ କହିଥିଲେ ଯେ ସେ କାହିଁକି ଅଧିକ ସୂଚନା ସେୟାର କରିବାରେ ସାବଧାନତା ଅବଲମ୍ବନ କରନ୍ତି । ସେ କହିଥିଲେ, “ମୋତେ ନିଜର କ୍ୟାରିୟରରେ ଏବେ ବି ବହୁତ କିଛି କରିବାର ଅଛି, ବହୁତ କାମ ଏମିତି ଅଛି ଯାହା ଉପରେ ମୁଁ ଏପର୍ଯ୍ୟନ୍ତ କାମ କରିନାହିଁ । କିନ୍ତୁ ମୁଁ ସେହି ଜିନିଷ ବିଷୟରେ ସେତେବେଳେ ହିଁ କଥା ହେବି ଯେତେବେଳେ ମୁଁ ତାହାକୁ ପ୍ରକୃତରେ କରିବି କାରଣ ମୁଁ ତାହା ବିଷୟରେ କଥା ହୋଇ ତାହାକୁ ଖରାପ କରିବାକୁ ଚାହେନାହିଁ। ମୁଁ ନଜର ଲାଗିବା କଥା ଉପରେ ପୂରା ବିଶ୍ୱାସ ରଖେ । ବହୁତ ନଜର ଲାଗିଥାଏ ।” ତେବେ ଧନୁଷଙ୍କର ପ୍ରଥମ ବିବାହ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ସହିତ ହୋଇଥିଲା । ଯଦିଓ ବିବାହର ୧୮ ବର୍ଷ ପରେ ୨୦୨୨ ମସିହାରେ ଦୁହେଁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ଏବଂ ୨୦୨୪ରେ ଦୁହିଁଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଏହି ବିବାହରେ ତାଙ୍କର ଦୁଇଟି ସନ୍ତାନ ଯାତ୍ରା ଏବଂ ଲିଙ୍ଗା ଅଛନ୍ତି ।
Discover more from Emerging Odisha
Subscribe to get the latest posts sent to your email.