ଭୁବନେଶ୍ୱର,୪।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ୍ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।
ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।
Discover more from Emerging Odisha
Subscribe to get the latest posts sent to your email.