ସାଇକେଲରେ ଅଫିସ ଯାଉଛନ୍ତି ଜିଲ୍ଲାପାଳ ; ଏସପି ,ତହସିଲଦାର ବି ସାଇକେଲରେ ଗଲେ

Spread the love

ମଧ୍ୟପ୍ରଦେଶ ସତନାରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ମଙ୍ଗଳବାର ସକାଳେ ରାଜରାସ୍ତାର ଦୃଶ୍ୟ ସବୁଠୁ ଅଲଗା ଥିଲା । କାରଣ ଖୋଦ୍ ସତନା କଲେକ୍ଟର ସାଇକେଲ ଚଲାଇ ଅଫିସ ଯାଉଥିଲେ । ତାଙ୍କ ସହ ଯାଉଥିଲେ ଜିଲ୍ଲା ଏସପି ଓ ତହସିଲଦାର । ଘରୁ ଅଫିସ ଅଢ଼େଇ କିଲୋମିଟର ବାଟ ସାଇକେଲରେ ଯାଇଥିଲେ କଲେକ୍ଟର ସତୀଶ କୁମାର ଏସ୍ । ଆଉ ଠିକ୍ ସମୟରେ ଯେତେବେଳେ କଲେକ୍ଟର ସାର୍ ସାଇକେଲରେ ଅଫିସରେ ପହଞ୍ଚିଲେ ସବୁ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କଥା ହେଉଛି, କମିସନର ରୀବା ବିଏସ୍ ଜାମୋଦ୍ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ନିୟମ ଆଣିବାକୁ ଚାହିଲେ । ଏଥିରେ ପ୍ରଥମ ଉପରୀସ୍ଥ ଅଧିକାରୀଙ୍କୁ ସାମିଲ କଲେ । ଜିଲ୍ଲାର ବଡ଼ ଅଧିକାରୀ ଅଫିସ ଗାଡ଼ିରେ ନଯାଇ ବରଂ ସାଇକେଲ ଚଲାଇ , ସମ୍ଭବ ହେଲେ ଚାଲି ଚାଲି ଯିବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ କିଛି ଅଧିକାରୀ ଏହି ନିର୍ଦ୍ଦେଶକୁ ବାଧ୍ୟବାଧ୍ୟକତା ନୁହେଁ ବରଂ ଖୁସିରେ ଖୁସିରେ ପାଳନ କଲେ । କାରଣ ସେମାନଙ୍କ କହିବାର ଥିଲା ଯଦି ସେମାନେ ବଦଳିବେ ତାଙ୍କୁ ଦେଖି ଜନସାଧାରଣ ବି ବଦଳିବେ । ପରିବେଶ ସୁରକ୍ଷା ପାଇଁ  ଚିନ୍ତା କରିବେ । ପ୍ରଥମେ ସେମାନଙ୍କ ଠାରୁ ଆରମ୍ଭ ହେବା ଦରକାର । ଫଳରେ ଲୋକଙ୍କୁ ଆଉ ବେଶି ବୁଝାଇବାକୁ ପଡ଼ିବନି । ଏହି ନିର୍ଦ୍ଦେଶକୁ ସାଦରେ ଗ୍ରହଣ କରି ସତନା ଜିଲ୍ଲାପାଳ ସତୀଶ କୁମାର ଏସ୍, ଏସଡିଏମ୍ ରାହୁଲ ସିଲାଡିୟା, ତହସିଲଦାର ସୌରଭ ମିଶ୍ରାଙ୍କ ସହ ଜିଲ୍ଲାର ଅନ୍ୟ ଅଧିକାରୀମାନେ ସାଇକେଲ ଚଳାଇ ଅଫିସରେ ପହଞ୍ଚିଥିଲେ । 
 ଜିଲ୍ଲାପାଳ ସତୀଶ କୁମାର ଏସଙ୍କ କହିବା କଥା, ଘରୁ ଅଫିସକୁ ସାଇକେଲନେଇ ଯିବା ଯୋଜନା  ସମ୍ଭାଗ୍ କମିସନର ଦେଇଥିଲେ । ସମ୍ଭାଗରେ ମଧ୍ୟ ସବୁ ଅଫିସର ସପ୍ତାହକୁ ଅନ୍ତତଃ ଦିନଟେ ସାଇକେଲରେ ଅଫିସ ଯିବେ । ଏହାଦ୍ବାରା ଦୁଇଟି ଲାଭ ହେବ । ପ୍ରଥମରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହେବ । ଦ୍ବିତୀୟରେ ସାଇକେଲ ଚଲାଇଲେ ଶରୀର ସୁସ୍ଥ ରହିବା ସହ ଫିଟ୍ ରହିବ। 

 କମିସନରଙ୍କ ଏଭଳି ନିଷ୍ପତ୍ତି ପରେ ଆଉ କିଛି ସ୍ଥାନରେ ଅଧିକାରୀ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି ।  ମଇହାର ଜିଲ୍ଲାର ଜିଲ୍ଲାପାଳ ରାନୀ ବାଟଡ, ଅପର କଲେକ୍ଟର ଶୈଳେନ୍ଦ୍ର ସିଂହ, ଏସଡିଏମ୍ ବିକାଶ ସିଂହ, ତହସିଲଦାର ଜିତେନ୍ଦ୍ର ପଟେଲଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ନିଜ ସରକାରୀ ବାସଭବନରୁ ଅଫିସ ଯାଏଁ ଚାଲିଚାଲି ଯାଇଥିଲେ  ।ଏହାଦ୍ବାରା ପରିବେଶ ନିର୍ମଳ ରହିବା ସହ ଶରୀର ସୁସ୍ଥ ରହିବ ବୋଲି କହିଛନ୍ତି ରାନୀ ବାଟଡ । କମିସନରଙ୍କ ଏଭଳି ନିଷ୍ପତ୍ତି ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading