ସରକାରଙ୍କ ବଡ଼ ଘୋଷଣା: ହେବନି ନୂଆ ଆଉଟ୍‌ସୋର୍ସିଂ ନିଯୁକ୍ତି

Spread the love

ଭୁବନେଶ୍ୱର,୨୬ା୭ ରାଜ୍ୟରେ ଏଣିକି ଠିକା ସଂସ୍ଥା(ଆଉଟ୍‌ସୋର୍ସିଂ) ଜରିଆରେ ସିଧାସଳଖ ନୂଆ ନିଯୁକ୍ତି ସିଧାସଳଖ ଦିଆଯିବ ନାହିଁ। ପୂର୍ବରୁ ଯେଉଁସବୁ ଆଉଟ୍‌ସୋର୍ସିଂ ସଂସ୍ଥାକୁ ମ୍ୟାନ୍‌ ପାଓ୍ବାର ଲାଗି ନିଯୁକ୍ତ କରାଯାଇଛି ତାହା ବଜାୟ ରହିବ ଏବଂ ସମ୍ପୃକ୍ତ ସଂସ୍ଥା ନବୀକରଣ କରିପାରିବେ। ହେଲେ ସମ୍ପୃକ୍ତ ସଂସ୍ଥା ଅର୍ଥ ବିଭାଗର ବିନା ଅନୁମୋଦନରେ ନୂଆ କରି ଜଣେ ହେଲେ ବି ‘ମ୍ୟାନ୍‌ ପାଓ୍ବାର’ ନିଯୁକ୍ତି ଦେଇପାରିବେ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଗୁରୁବାର ସମସ୍ତ ବିଭାଗ ମୁଖ୍ୟଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ତେବେ ରାଜ୍ୟରେ ଆଉ କେହି ଠିକା ନିଯୁକ୍ତ ହେବନାହିଁ, ‘ଆଉଟ୍‌ସୋର୍ସିଂ’ରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି ୨୦୨୩ ଜୁନ୍‌ରେ ପୂର୍ବ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା। ସେତେବେଳେ ଠିକା ନିଯୁକ୍ତି ଉଚ୍ଛେଦ ହେଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଆବଶ୍ୟକତା ଦୃଷ୍ଟିରୁ ଏହି ପ୍ରକ୍ରିୟା ଅଦ୍ୟାବଧି ଜାରି ରହିଛି।
ସଚିବ ମିଶ୍ର ପତ୍ରରେ ଦର୍ଶାଇଛନ୍ତି ଯେ, ନୂତନ ମ୍ୟାନ୍‌ ପାଓ୍ବାର ନିଯୁକ୍ତି ପୂର୍ବରୁ ଅର୍ଥ ବିଭାଗର ଅନୁମୋଦନ ବାଧ୍ୟତାମୂଳକ। ମାତ୍ର କୌଣସି ଠିକାସଂସ୍ଥାର ସମାନ ସଂଖ୍ୟକ ମ୍ୟାନ୍‌ ପାଓ୍ବାର ନବୀକରଣ ପାଇଁ ଅର୍ଥ ବିଭାଗର ଅନୁମୋଦନ ଆବଶ୍ୟକ ନାହିଁ। ଯଦି ନବୀକରଣ ହେବାକୁ ଥିବା ସଂସ୍ଥା ଅଧିକ ମ୍ୟାନ୍‌ ପାଓ୍ବାର ନିଯୁକ୍ତ କରିବାକୁ ବିଭାଗର ପ୍ରସ୍ତାବ ରହିଥିବ ତେବେ ସେ କ୍ଷେତ୍ରରେ ଅର୍ଥବିଭାଗର ଅନୁମୋଦନ ନିହାତି ଆବଶ୍ୟକ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading