ମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଉଁପଡିଛନ୍ତି ଯୁବତୀ । ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ଏବଂ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ କିଛି ସୂଚନା ମିଳିପାରିନାହିଁ । ବ୍ରିଜ ଉପରୁ ଏକ ବ୍ୟାଗ ଉଦ୍ଧାର ହୋଇଛି । ବ୍ୟାଗରେ ନବମ ଶ୍ରେଣୀ ପ୍ରଶ୍ନପତ୍ର ରହିଛି । ବ୍ୟାଗରୁ ପ୍ରଶ୍ନପତ୍ର ମିଳିଥିବାରୁ ସେ ନବମ ଶ୍ରେଣୀର ଛାତ୍ରୀ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପାୱାର ବୋଟ ସାହାଯ୍ୟରେ ଅଗ୍ନିଶମ ଟିମ ନଦୀରେ ଖୋଜାଖୋଜି କରୁଛନ୍ତି । ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଯୁବତୀ କିଏ, କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ।
Discover more from Emerging Odisha
Subscribe to get the latest posts sent to your email.