ସମ୍ବଲପୁର: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ସମ୍ବଲପୁର ଯୁଯୁମୁରା ଥାନା ଅଂଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘଟଣାରେ ୫ଜଣ ସମ୍ପୃକ୍ତ ଥିବାବେଳେ ୪ ଜଣକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । ଫେରାର ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ଖବର ଅନୁଯାୟୀ, ଯୁଯୁମୁରା ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଘଟଣାରେ ୫ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି । ତେବେ ଅଭିଯୋଗ ପରେ ଯୁଯୁମୁରା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ୪ ଜଣଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ହେଲେ ବାକି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଫେରାର ଥିବା ଅଭିଯୁକ୍ତ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
Discover more from Emerging Odisha
Subscribe to get the latest posts sent to your email.