ସବୁ ପ୍ରସାଦ ନୁହେଁ ମହାପ୍ରସାଦ

ସବୁ ପ୍ରସାଦ ନୁହେଁ ମହାପ୍ରସାଦ। କେବଳ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ । ଆଉ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ନୁହେଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।

ଯେ କୌଣସି ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବା ଯେପରି ଭୁଲ, ସେପରି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ପ୍ରସ୍ତୁତ ମହାପ୍ରସାଦ ନୁହେଁ । ଅନ୍ୟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ହେଉଛି ଜଗନ୍ନାଥ ପ୍ରସାଦ ।

ଦିଘା ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦକୁ ମହାପ୍ରସାଦ ନାଁରେ ଦିଆଯାଉଥିବା ଅତ୍ୟନ୍ତ ଦୁଃଖଦାୟକ । ଏହା ଆମ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।

Leave a Reply

Your email address will not be published. Required fields are marked *