ମିଠା ସପେଟାର ଋତୁ ଆସିଯାଇଛି। ଏହି ସମୟରେ ବଜାରରେ ସପେଟା ଅଧିକ ପରିମାଣରେ ବିକ୍ରି ହେଉଛି। ସମସ୍ତେ ଏହାର ରସାଳ ଏବଂ ମିଠା ସ୍ୱାଦ ପସନ୍ଦ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ସପେଟା ପୋଷକତତ୍ତ୍ବରେ ଭରପୂର ଅଟେ । ଏଥିରେ ଭିଟାମିନ୍, ଖଣିଜ ପଦାର୍ଥ ଏବଂ ଫାଇବର ପରି ଅନେକ ପୋଷକ ତତ୍ତ୍ୱ ରହିଛି।
ତେବେ ଆସନ୍ତୁ ଜାଣିବା ସପେଟା ଖାଇବାର ସ୍ୱାସ୍ଥ୍ୟ ଲାଭ କ’ଣ?
-ଅଧିକାଂଶ ଲୋକଙ୍କ ପାଚନକ୍ରିୟା ବିଗିଡି ଯାଇଥାଏ । ଏପରି ସ୍ଥିତିରେ, ସପେଟା ସେବନ ଲାଭଦାୟକ ଅଟେ। ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟକୁ ଦୂର କରେ। ଅନ୍ତନଳୀର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ।
-ସପେଟାରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଫସଫରସ୍ ଏବଂ ମ୍ୟାଗ୍ନେସିୟମ ରହିଛି, ଯାହା ହାଡ଼ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୁଏ। କ୍ୟାଲସିୟମ, ଭିଟାମିନ ଡି ଏବଂ ମ୍ୟାଗ୍ନେସିୟମରେ ଭରପୂର ଖାଦ୍ୟ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ।
Discover more from Emerging Odisha
Subscribe to get the latest posts sent to your email.