ସଡ଼କ ଦୁର୍ଘଟଣା: ଚାଲିଗଲା ୭୦ରୁ ଉର୍ଦ୍ଧ୍ବ ଜୀବନ

Spread the love

ଆଫଗାନିସ୍ତାନ :ଆଫଗାନିସ୍ତାନ ହେରାତରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ୧୭ ଶିଶୁ ସମେତ ୭୦ରୁ ଉର୍ଦ୍ଧ୍ବ ମୃତ । ଇନ୍ଧନ ବୋଝେଇ ଟ୍ରକ ଓ ବାଇକ ସହ ଧକ୍କା ହୋଇ ଜଳିଗଲା ବସ୍। ବସଟି ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ କ୍ଷୀପ୍ର ଗତିରେ ଯାଉଥିବାବେଳେ  ଦୁର୍ଘଟଣା ହୋଇଥିଲା ।

ଏହାରି ମଧ୍ୟରେ ପ୍ରାଦେଶିକ ସରକାର ଅହମ୍ମଦୁଲ୍ଲା ମୁତାକି ଦୁର୍ଘଟଣା ନେଇ ସୋସିଆଲ ମିଡିଆ X ରେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଏହି ଦୁର୍ଘଟଣା ଏବେକା ସମୟର ସବୁଠୁ ବଡ଼ ଦୁର୍ଘଟଣା ବୋଲି ସେ କହିଛନ୍ତି । ବସର ଦ୍ରୁତ ଗତି ଏବଂ ଚାଳକର ଖାମଖିଆଲି ଯୋଗୁ ଦୁର୍ଘଟଣା ହୋଇଥିବା କହିଛନ୍ତି ଅହମ୍ମଦୁଲ୍ଲା । ବସ ପ୍ରଥମେ ବାଇକ ଓ ପରେ ଟ୍ରକରେ ମାଡ ହୋଇଥିଲା । ଏହାପରେ ବସରେ ଲାଗିଯାଇଥିଲା ନିଆଁ । ତେବେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ମାତ୍ର ୩ଜଣ ଜୀବିତ ଥିବା କହିଛନ୍ତି ସ୍ଥାନୀୟ ପୋଲିସ । ଟ୍ରକ ଏବଂ ବାଇକରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading