ସଂସ୍କୃତ ଶିକ୍ଷକଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ, ୭ ଛାତ୍ରୀ ଦେଲେ ଲିଖିତ ଅଭିଯୋଗ

Spread the love

 ପୁଣି ଜଣେ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ। କିଛି ଛାତ୍ରୀ ଏକାଠି ହୋଇ ସଂସ୍କୃତ ଶିକ୍ଷକଙ୍କ ନାଁରେ ଆଣିଛନ୍ତି ଅଭୀଯୋଗ । ବଣାଇଁ- ଗୁରୁଣ୍ଡିଆ ଅଞ୍ଚଳର ଏକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ୭ ଜଣ ନାବାଳିକା  ଛାତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଗୁରୁଣ୍ଡିଆ ଥାନାରେ ଏତଲା ଦାଏର ହୋଇଛି । ସେପଟେ ଅଭିଯୁକ୍ତ ଶିକ୍ଷକ ଜଣକ ଛୁଟି ଦରଖାସ୍ତ ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ନେଇ ଗୁରୁଣ୍ଡିଆ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲେ ବି ଘଟଣାକୁ ହାଲକା ଭାବେ ନେଉଥିବା ଅଭିଯୋଗ ହୋଇଛି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading