ନୂଆଦିଲ୍ଲୀ: ସଂସଦ ଭବନରେ ଆଜି ବିଜେପି ନେତୃତ୍ୱାଧୀନ ଏନଡିଏ ସଂସଦୀୟ ଦଳର ବୈଠକ ଆରମ୍ଭ ହୋଇଛି। ଏହି ବୈଠକ ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେବାକୁ ପହଞ୍ଚିବା ପରେ ଏନଡିଏ ସାଂସଦମାନେ ତାଙ୍କୁ ‘ହର ହର ମହାଦେବ’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହା ସହ ‘ଅପରେସନ ସିନ୍ଦୂର’ର ସଫଳତା ପାଇଁ ଏନଡିଏ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଥିଲେ ବୋଲି ଜଣାପଡ଼ିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ। ଏନଡିଏ ସଂସଦୀୟ ଦଳ ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ଉପରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସମୟରେ ଏନଡିଏର ମହିଳା ସାଂସଦମାନେ ଆଗ ଧାଡିରେ ବସିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଥିଲା। ନୂତନ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ପରିଚିତ କରାଯାଇଥିଲା।
Discover more from Emerging Odisha
Subscribe to get the latest posts sent to your email.