ଶୀଘ୍ର ହେବ ଭାରତ-ଓମାନ ମୁକ୍ତ ବାଣିଜ୍ୟ ଚୁକ୍ତି

Spread the love

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ଏହାଦ୍ବାରା ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହେବ। ଏଭଳି ସ୍ଥିତିରେ ଓମାନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ପୂର୍ବରୁ ଏହି ରାଜିନାମା ହେବାକୁ ଆଉ ୨ରୁ ୩ ମାସ ସମୟ ଲାଗିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ଆହୁରି କମ୍‌ ସମୟ ମଧ୍ୟରେ ହେବା ନେଇ ଆଶା ସୃଷ୍ଟି ହୋଇଛି। 

ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ମୁକ୍ତ ବାଣିଜ୍ୟ ରାଜିନାମାର ନାମ ବ୍ୟାପକ ଅର୍ଥନୈତିକ ସହଭାଗିତା ରାଜିନାମା (ସିଇପିଏ) ରଖାଯାଇଛି। ୨୦୨୩ ନଭେମ୍ବର ମାସରେ ଏଥିପାଇଁ ‌ଆଲୋଚନା ଆରମ୍ଭ ହୋଇଥିଲା। ସଂପ୍ରତି ଓମାନରେ ଏହି ରାଜିନାମା ପାଇଁ ପ୍ରସ୍ତୁତ ଦସ୍ତାବିଜ୍‌କୁ ଆରବିକ୍‌ ଭାଷାରେ ଅନୁବାଦ କରାଯାଉଛି। ଏହି କାର୍ଯ୍ୟ ଶେ‌ଷହେବା ପରେ ଉଭୟ ଦେଶର କ୍ୟାବିନେଟ୍ ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦେବେ ଏବଂ ଏହାପରେ ଏ ନେଇ ଘୋଷଣା କରାଯିବ। 

ଉପସାଗର ସହଯୋଗ ପରିଷଦ (ଜିସିସି)ରେ ଓମାନ ହେଉଛି ଭାରତର ତୃତୀୟ ବଡ଼ ରପ୍ତାନି ସ୍ଥଳ। ଜିସିସିର ଅନ୍ୟତମ ସଦସ୍ୟ ଦେଶ ସଂଯୁକ୍ତ ଆରବ ଏମିରେଟ୍‌ସ ସହିତ ଭାରତର ସମାନ ରାଜିନାମା ୨୦୨୨ ମେ ମାସରୁ କାର୍ଯ୍ୟକାରୀ ହେଉଛି। ୨୦୨୪-୨୫ରେ ଭାରତ ଓ ଓମାନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ୧୦ ବିଲିଅନ ଡଲାର‌ ଅତିକ୍ରମ କରିଛି। ଏଥିରେ ଭାରତର ରପ୍ତାନି ୪.୦୬ ବିଲିଅନ ଡଲାର ଏବଂ ଆମଦାନି ୬.୫୫ ବିଲିଅନ ଡଲାର ରହିଛି। ଓମାନରୁ ଭାରତ ଯେଉଁସବୁ ସାମଗ୍ରୀ ଆମଦାନି ପରେ ସେଥିରେ ପେଟ୍ରୋଲିୟମ ସାମଗ୍ରୀ ଓ ୟୁରିଆର ଅଂଶ ପ୍ରାୟ ୭୦ ପ୍ରତିଶତ ରହିଥାଏ। ଉଲ୍ଲେଖଯୋଗ୍ୟ, ଗତମାସ ୨୪ ତାରିଖରେ ବ୍ରିଟେନ ସହିତ ଭାରତର ମୁକ୍ତ ବାଣିଜ୍ୟ ରାଜିନାମା ଘୋଷଣା ହୋଇସାରିଛି। ବ୍ରିଟେନ ସଂସଦର ସ୍ବୀକୃତି ମିଳିବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଆଶା ରହିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading