ମେରଠ: ଉତ୍ତର ପ୍ରଦେଶର ମେରଠରେ ଟୋଲ୍ କର୍ମଚାରୀଙ୍କ ଗୁଣ୍ଡାଗିରିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଟୋଲ୍ କର୍ମଚାରୀମାନେ ଜଣେ ଯବାନ ଓ ତାଙ୍କ ଭାଇଙ୍କୁ ଖୁଣ୍ଟରେ ବାନ୍ଧି ପିଟୁଥିବାର ଦେଖିବାକୁ ମିଳିଛି। ଭାଇରାଲ ଭିଡିଓକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ୪ ଜଣ ଟୋଲ୍ କର୍ମଚାରୀଙ୍କୁ ଗିରଫ କରିଛି। ଆହତ ଯବାନଙ୍କ ନାମ କପିଲ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଯବାନ କପିଲଙ୍କ ଛୁଟି ସରିବା ପରେ ସେ ଡ୍ୟୁଟିରେ ଯୋଗ ଦେବା ପାଇଁ ଶ୍ରୀନଗର ଅଭିମୁଖେ ଫେରୁଥିଲେ। ଏହି ସମୟରେ ଶୀଘ୍ର ଯିବାକୁ ନେଇ କପିଲଙ୍କ ଟୋଲ୍ କର୍ମଚାରୀଙ୍କ ସହିତ କଥାକଟାକଟି ହୋଇ ଯାଇଥିଲା। ଏଥିରେ ସରୁରପୁର ଥାନା ଅଞ୍ଚଳର ଭୁନି ଟୋଲ୍ ପ୍ଲାଜାର କର୍ମଚାରୀମାନେ ରାଗି ଯାଇ ଯବାନ ଓ ତାଙ୍କ ଭାଇଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।
ମେରଠ ଗ୍ରାମୀଣ ଏସପି ରାକେଶ କୁମାର ମିଶ୍ର କହିଛନ୍ତି ଯେ ସେନା ଯବାନ ଏବଂ ତାଙ୍କ ଭାଇଙ୍କୁ ମାଡ଼ ମାରିଥିବା ଚାରି ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଦୁଇଟି ଦଳ ଗଠନ କରାଯାଇଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ଟୋଲ କର୍ମଚାରୀଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଛି।
Discover more from Emerging Odisha
Subscribe to get the latest posts sent to your email.