ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ବାଘୁଣୀ ‘ଜିନ୍ନତ୍’, ୭ମାସ ପରେ ଏନକ୍ଲୋଜରରୁ ବାହାରି କରୁଛି ଶିକାର

Spread the love

ମୟୂରଭଞ୍ଜ : ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ବାଘୁଣୀ ‘ଜିନ୍ନତ୍’ । ୭ମାସ ପରେ ଏନକ୍ଲୋଜରରୁ ବାହାରି କୋର୍ ଅଞ୍ଚଳରେ ଶିକାର କରୁଛି । ଜିନ୍ନତ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛି ସ୍ବତନ୍ତ୍ର ଟିମ୍ । କୋର୍ ଅଞ୍ଚଳରେ ବୁଲି ଶିକାର କରି ନିଜ କ୍ଷେତ୍ର ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଗତ ଡିସେମ୍ବର ୧୫ ତାରିଖରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରରୁ ଆଣି ଶିମିଳିପାଳରେ ଛଡାଯାଇଥିଲା । ପରେ ଶିମିଳିପାଳ ଛାଡି ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇଥିଲା ବାଘୁଣୀ ଜିନ୍ନତ । ବାଘୁଣୀକୁ ପିଛା କରି ପଶ୍ଚିମବଙ୍ଗରୁ କାବୁ କରିଥିଲା ବନବିଭାଗ । ପରେ ଏନକ୍ଲୋଜରରେ ରଖାଯାଇଥିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading