ଶକ୍ତିଶାଳୀ ଭୂକମ୍ପରେ ଥରିଲା ସମୋଆ ଦ୍ଵୀପ

Spread the love

ନୂଆଦିଲ୍ଲୀ ୨୫।୦୭; ସମୋଆ ଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ଶୁକ୍ରବାର ଦିନ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ୬.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂକମ୍ପରେ ଲୋକମାନେ ଭୟଭୀତ ହୋଇଯାଇ ଘରୁ ବାହାରକୁ ଆସିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । 

ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ଏଜେନ୍ସି ଅନୁଯାୟୀ, ସ୍ଥାନୀୟ ସମୟ ବିଳମ୍ବିତ ସକାଳେ ରାଜଧାନୀ ଆପିଆରୁ ୪୪୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ଆହତ ହେବାର କୌଣସି ସୂଚନା ମିଳିନାହିଁ। ଏହି ଭୂମିକମ୍ପ ପରେ କୌଣସି ସୁନାମି ଚେତାବନୀ ଜାରି କରାଯାଇନାହିଁ। କହିବାକୁ ଗଲେ ସମୋଆ “ରିଙ୍ଗ୍ ଅଫ୍ ଫାୟାର” ରେ ଅବସ୍ଥିତ। 

ଏହା ପ୍ରଶାନ୍ତ ମହାସାଗର ଚାରିପାଖରେ ବ୍ୟାପିଥିବା ଏକ ଭୂକମ୍ପୀୟ କ୍ଷେତ୍ର। ଯେଉଁଠାରେ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ କାର୍ଯ୍ୟକଳାପ ସାଧାରଣ। ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ସମୋଆ ଏବଂ ଆମେରିକୀୟ ସମୋଆ (ଏକ ଆମେରିକୀୟ ଅଞ୍ଚଳ) ମଧ୍ୟରେ ଦୁଇଟି ବଡ଼ ଭୂମିକମ୍ପ ହୋଇଥିଲା। ଯାହା ସୁନାମୀ ତରଙ୍ଗ ସୃଷ୍ଟି କରିଥିଲା ଏବଂ ସମୋଆ, ଆମେରିକୀୟ ସମୋଆ ଏବଂ ଟୋଙ୍ଗାରେ ଅତି କମରେ ୧୯୨ ଜଣଙ୍କର ମୃତ୍ୟୁ ହୋଇଥିଲା। 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading