ବାଣପୁର,୧୨।୮: ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ବାଣପୁର ମୁଖ୍ୟ ରାସ୍ତା ଆୟତପୁର ଠାରୁ ଦେଓଗାଁଁ ମଝିରେ ଥିବା କାଁହୁ ପ୍ରଧାନଙ୍କ କୁକୁଡ଼ା ଫାର୍ମ ହାଉସଠାରେ ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସହ ଆଟନଣ୍ଟ ଓ ଫାର୍ମାସିଷ୍ଟ । ଗମ୍ଭାରୀମୁଣ୍ଡରୁ ସି.ଏଚ.ସିରୁ ବାହାରି ରୋଗୀନେବା ପାଇଁ ରାତି ପ୍ରାୟ ୩ଟାରେ ପଲଟଣ ପଡିଆ ଆସୁଥିବା ବେଳେ କୋଳଥଡିହ ଛକ ରାସ୍ତାରେ ରୋଗୀ ଚାଲିଗଲାଣି ବୋଲି ଖବର ପାଇଥିଲେ । ଅଧା ରାସ୍ତାରୁ ଆମ୍ବୁଲାନ୍ସ ଗମ୍ଭାରୀମୁଣ୍ଡା ଫେରୁଥିବା ବେଳେ ହଠାତ ଆମ୍ବୁଲାନ୍ସରୁ ନିଆଁ ସହିତ ପୋଡା ଦୁର୍ଗନ୍ଧ ଆସିଥିଲା । ଡ୍ରାଇଭର ଓ ଅନ୍ୟମାନେ ବାହାରକୁ ଆଶି ନିଆଁ ଲିଭାଇବା ନିମନ୍ତେ ଚେଷ୍ଟା କରିବାସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁର ପ୍ରଭାବ ଏତେ ଥିଲା ଯେ ଆମ୍ବୁଲାନ୍ସଟି ବ୍ରଷ୍ଟ ହୋଇ ଖଣ୍ଡ ବିଖଣ୍ଡିତ ଲୁହା ପ୍ରାୟ ଦେଢ଼ଶହରୁ ଦୁଇଶହ ଫୁଟରେ ପଡିଛି l ଖବରପାଇ ଗମ୍ଭାରୀମୁଣ୍ଡା ପୋଲିସ ବିଟ ହାଉସର ଷ୍ଟାପ ଘଟଣାସ୍ଥଳରେ ପହଞ୍ଚିଛି।
Discover more from Emerging Odisha
Subscribe to get the latest posts sent to your email.