‘ରୁଷ୍-ୟୁକ୍ରେନ ମଧ୍ୟରେ ଶାନ୍ତି ଫେରିଲେ ମୋର ସ୍ୱର୍ଗକୁ ଯିବା ବାଟ ଫିଟିବ’

Spread the love

ସ୍ୱର୍ଗକୁ କେମିତି ଯିବେ ସେହି ଚେଷ୍ଟାରେ ଟ୍ରମ୍ପ । ଏକଥା ଆପଣଙ୍କୁ ଅଡୁଆ ଲାଗିପାରେ । ପ୍ରକୃତ କଥା ହେଉଛି ୟୁକ୍ରେନ୍ ଯୁଦ୍ଧ ବନ୍ଦ ଲାଗି ରୁଷ୍-ୟୁକ୍ରେନ ମଧ୍ୟରେ ଶାନ୍ତି ବୁଝାମଣା ପାଇଁ ସଫଳ ହେଲେ ମୋ ପାଇଁ ସ୍ୱଗର୍କୁ ଯିବାକୁ ବାଟ ଫିଟିଯିବ । ଆମେରିକାର ଏକ ଟିଭି ଚ୍ୟାନେଲକୁ ସାଧାତାକାର ଦେବା ସମୟରେ ଏପରି କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପଙ୍କ କହିବା କଥା ମୁଁ ଶୁଣୁଛି ଯେ, ମୁଁ କୁଆଡେ ଭଲ କାମ କରୁନି । ଯେଉଁଥିପାଇଁ ମୁଁ ସମସ୍ତଙ୍କ ତଳେ ଅଛି । ହେଲେ ଯଦି ମୁଁ ରୁଷ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଦ ବନ୍ଦ କରିପାରିବି ତେବେ ବୋଧେ ମୁଁ ସ୍ୱର୍ଗକୁ ଯାଇପାରିବି । ମୋର ସ୍ୱର୍ଗକୁ ଯିବାର ସମ୍ଭାବନା ବଢିଯିବ ।

ପୂର୍ବରୁ ଟ୍ରମ୍ପ ନୋବେଲ ପୁରସ୍କାର ପାଇଁ ଦାବି କରିଥିଲେ । ତାଙ୍କ କହିବା କଥା ଯେହେତୁ ମୁଁ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଁଛି ସେଥିପାଇଁ ମତେ ନୋବେଲ ପୁରସ୍କାର ମିଳିବା ଉଚିତ୍ । ଏହି ଶାନ୍ତି ବୁଝାମଣାର ପଦକ୍ଷେପ ଦୁନିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଯୁକ୍ତି ବାଢିଥିଲେ ।

ନିକଟରେ ହ୍ୱାଇଟ୍ ହାଉସ୍ ରେ ହୋଇଥିବା ବୈଠକରେ ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସମାପ୍ତ ନେଇ ଆଲୋଚନା ହୋଇଥିବାବେଳେ ତ୍ରିପାକ୍ଷିକ ଆଲୋଚନା ପାଇଁ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହମତି ପ୍ରକାଶ କରିଥିଲେ । ବୈଠକ ପରେ ପୁଟିନ୍‌ଙ୍କ ସହ ଫୋନରେ କଥା ହୋଇଥିଲେ ଟ୍ରମ୍ପ୍‌ ।

ସାଢେ 3 ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ ।

ୟୁକ୍ରେନ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ପାଇଁ ହ୍ୱାଇଟ୍ ହାଉସରେ ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର୍ , ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନୀ ଚାନସେଲର ଫ୍ରେଡରିକ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫିନଲାଣ୍ଡ୍ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ୍ ଙ୍କ ସମେତ ୟୁରୋପୀୟ କମିସନ ସଭାପତି ଉର୍ସୁଲା ଭନ ଡର୍ ଲେୟେନ, ନାଟୋ ମହାସଚିବ ମାର୍କ ରୁଟେ ପହଞ୍ଚିଥିଲେ ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading