ଭାରତକୁ ‘ଟାରିଫ୍ର ମହାରାଜା’ ବୋଲି ଅଭିହିତ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ । ନୂଆଦିଲ୍ଲୀ ରୁଷିଆରୁ ତୈଳ ଆମଦାନୀ ଜାରି ରଖି ଏକ ‘ଲାଭଜନକ ଯୋଜନା’ ଚଳାଉଥିବା ସେ ଅଭିଯୋଗ କରିଛନ୍ତି ।
ରାଗ ଶୁଝାଉଛି ଆମେରିକା
ରୁଷ୍ରୁ ତେଲ କିଣିବାକୁ ରାଗ ଶୁଝାଉଛି ଆମେରିକା
ରୁଷ୍ରୁ ତେଲ କିଣିବା ନେଇ ଭାରତର ନିଷ୍ପତ୍ତିରେ ଆମେରିକା କ୍ଷୁବ୍ଧ
ଭାରତକୁ ସମାଲୋଚନା କଲେ ଟ୍ରମ୍ପଙ୍କ ବାଣିଜ୍ୟ ଉପଦେଷ୍ଟା
କହିଲେ, ଭାରତ ହେଉଛି ଟାରିଫ୍ର ମହାରାଜା
ଦିଲ୍ଲୀକୁ ରୁଷ୍ ତେଲର ଆବଶ୍ୟକତା ନାହିଁ
ପୂର୍ବରୁ ଭାରତ ପ୍ରାୟ ରୁଷ୍ରୁ ତୈଳ କିଣୁ ନଥିଲା
ଏହା ତାଙ୍କ ଆବଶ୍ୟକତାର ପ୍ରାୟ ଏକ ପ୍ରତିଶତ ଥିଲା
ଏବେ ଏହା ୩୫ ପ୍ରତିଶତକୁ ବୃଦ୍ଧି ପାଇଛି
ହେଲେ କ୍ରୁଡ୍ ଅଏଲ୍ କିଣି ରିଫାଇନିଂ କରି ଉଠାଉଛି ଲାଭ
ଆସନ୍ତା ସପ୍ତାହରୁ ଲାଗୁ ହେବ ୫୦ ପ୍ରତିଶତ ଟାରିଫ୍
ରୁଷିଆରୁ ତୈଳ କିଣିବା ଜାରି ରଖିବ ବୋଲି ଭାରତ ସଙ୍କେତ ଦେବା ପରେ ଆମେରିକା ପକ୍ଷରୁ ଏହାକୁ କଡ଼ା ସମାଲୋଚନା କରାଯାଇଛି। ଆମେରିକାର ୫୦ ପ୍ରତିଶତ ଟାରିଫ୍ ଯୋଗୁ ଭାରତ ସରକାର ରୁଷିଆ ସହିତ ଦୀର୍ଘଦିନର ବନ୍ଧୁତ୍ୱକୁ ପୁନର୍ବାର ଦୋହରାଇଛନ୍ତି । ଯାହା ଆମେରିକାର ରାଗର ପ୍ରମୁଖ କାରଣ ବୋଲି କୁହାଯାଉଛି ।
Discover more from Emerging Odisha
Subscribe to get the latest posts sent to your email.