ରାତି ସାରା ସ୍କୁଲ ଝରକାରେ ଝୁଲି ରହିଲେ ଛାତ୍ରୀ ; ବାହାରୁ ତାଲା ପକାଇ ଚାଲିଗଲେ କର୍ମଚାରୀ

Spread the love

ରାତିସାରା ଶ୍ରେଣୀ ଘରେ ବନ୍ଦ ହୋଇ ରହିଲା ଦ୍ବିତୀୟ ଶ୍ରେଣୀ ଛାତ୍ରୀ ।  ଅନ୍ଧାରରେ ଘର ଭିତରୁ ବାହାରିବାକୁ ପ୍ରୟାସ କରିବା ସମୟରେ ଝରକା ଗିଲରେ ମୁଣ୍‌ଡ ଫସିଯିବାରୁ  ରାତିସାରା ଲଟକି ରହିଲେ । ରଡ ଭିତରେ ଅଟକିଗଲା ମୁଣ୍ଡ । ଶେଷରେ ସକାଳୁ ଯନ୍ତ୍ରଣାରେ ଛଟପଟ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।  ଏଭଳି ଘଟଣା ଘଟିଛି  କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।


ଗତକାଲି ସ୍କୁଲ ଛୁଟି ସମୟରେ ସ୍କୁଲ୍ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ତାରି ଭିତରେ ରହିଯାଇଥିଲେ ଛାତ୍ରୀ ଯୋଛନା ଦେହୁରୀ । ତେବେ ବାହାରକୁ ଯିବାକୁ ପ୍ରୟାସ କରିଥିବା ବେଳେ ଦୁର୍ଦ୍ଦଶା ଆହୁରି ବଢିଯାଇଥିଲା । ଦେହ ବାହାରକୁ ବାହାରିଥିଲା ସତ କିନ୍ତୁ ମୁଣ୍ଡଟି ଝରକା ରଡ଼ ଭିତରେ ଅଟକି ରହିଥିଲା ।  ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇ  ଝୁଲି ରହିଥିଲେ ଛାତ୍ରୀ । ସେପଟେ ସ୍କୁଲରୁ ନଫେରିବାରୁ  ଘର ଲୋକ ବହୁତ ଖୋଜାଖୋଜି କରି ପାଇନଥିଲେ । ଆଜି ସ୍କୁଲ ରୋଷେୟା ଆସି ସକାଳେ ସ୍କୁଲ ଖୋଲିବା ପରେ ଝିଅଟି ଶ୍ରେଣୀ ଗୃହର ଝରକା ରେଲିଂରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଝିଅଟିକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । 


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading