ରାଜଧାନୀରେ ଯୁବକଙ୍କୁ ମାରି ଟାଙ୍ଗିଦେଲେ! କାଲି ଶ୍ବଶୁର ଘରକୁ ଆସିଥିଲେ, ଆଜି…

Spread the love

ଭୁବନେଶ୍ୱର,୮।୮: ରାଜଧାନୀ ଭୁବନେଶ୍ବରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭରତପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ଅଞ୍ଚଳରୁ ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି।

ମୃତ ଯୁବକଙ୍କ ଘର ଯାଜପୁର ଜିଲାର ସୁଜନପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ଜଣାପଡ଼ିଛି ଯେ, ମୃତ ଯୁବକ କାଲି ତାଙ୍କ ଶ୍ବଶୁର ଘରକୁ ଆସିଥିଲେ। ଆଜି ତାଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ମାରି ଟାଙ୍ଗି ଦିଆଯାଇଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କୁ ନିଜ ଇଚ୍ଛାରେ FIR ଲେଖିବାକୁ କହିଛି।

ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ମାମଲାରେ ପ୍ରକୃତ ସତ୍ୟ କ’ଣ ତାହା ତଦନ୍ତ ପରେ ସ୍ପଷ୍ଟ ହେବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading