ରଥଯାତ୍ରାରେ ପୁରୀକୁ ଗଡିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

Spread the love

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୫ ପାଇଁ ୩୬୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପୂର୍ବତଟ ରେଳପଥ ଏହି ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ବାର୍ଷିକ ଯାତ୍ରାରେ ପୁରୀରେ ପ୍ରବଳ ଭିଡ଼ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସହଜ କରିବା ପାଇଁ ରେଳବାଇ ପକ୍ଷରୁ ଏହିଭଳି ବ୍ୟବସ୍ଥା କରାଯାଇଛି। ରେଳବାଇ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଟ୍ରେନ୍‌ ଚଳାଚଳ କରିବା ପାଇଁ ଉଦ୍ୟମ ଜାରି ରଖିଛି। ସେହିପରି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ମଧ୍ୟ‌ ପୁରୀକୁ ଟ୍ରେନ୍‌ ବି ଗଡ଼ିବ। ଆନ୍ଧ୍ରପ୍ରଦେଶର ପଲାସା, ବିଶାଖାପାଟଣା, ଛତିଶଗଡ଼ର ଜଗଦଲପୁର, ମହାରାଷ୍ଟ୍ରର ଗୋଣ୍ଡିଆ ଓ ପଶ୍ଚିମବଙ୍ଗର କୋଲକାତାରୁ ପୁରୀକୁ ଟ୍ରେନ୍‌ ଚଳାଚଳ କରିବ।

ମହାପ୍ରଭୁଙ୍କ ବଡ଼ ପର୍ବ ରଥଯାତ୍ରାର ସମୟ ପାଖେଇ ଆସୁଛି। ଆଉ ମାତ୍ର ୪ ଦିନ ପରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ। ଏଥି ପାଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଜୋରଦାର ପ୍ରସ୍ତୁତି କରୁଛନ୍ତି। ରଥଯାତ୍ରାର ମୁଖ୍ୟ ଆକର୍ଷଣ ତିନି ରଥର ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀରେ ଭକ୍ତମାନଙ୍କର ଭିଡ଼ ଧୀରେଧୀରେ ବଢ଼ିବାରେ ଲାଗିଛି। ହୋଟେଲ, ଲଜ୍‌, ମଠଗୁଡ଼ିକରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଛି। ରଥଯାତ୍ରା ପୂର୍ବରୁ ପୁରୀରେ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଆହୁରି ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ବୈଠକରେ ମୁଖ୍ୟମନ୍ତ୍ରୀ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୁଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରି ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading