ଇସଲାମାବାଦ୍,୧୨।୮: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କ ପରେ, ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଭୁଟ୍ଟୋ କହିଛନ୍ତି,ଯଦି ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖେ ଏବଂ ଏକ ବନ୍ଧ ନିର୍ମାଣ କରେ, ତେବେ ଭାରତ ବିରୋଧରେ ଯୁଦ୍ଧ ହେବ। ବିଲାୱଲ ଭୁଟ୍ଟୋ ପାକିସ୍ତାନର ଲୋକଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି।
ଭୁଟ୍ଟୋ କହିଛନ୍ତି, ଆମକୁ ପାକିସ୍ତାନର ଲୋକଙ୍କ ଆବଶ୍ୟକତା ଅଛି, ଆମକୁ ମୋଦିଙ୍କ ବିରୋଧରେ ସ୍ବର ଉଠାଇବାକୁ ପଡିବ ଯାହା ଦାରା ଆମେ ଏହି ଅତ୍ୟାଚାରକୁ ବନ୍ଦ କରିପାରିବା। ସ୍ଏହି ଦେଶର ଲୋକଙ୍କ ପାଖରେ ଏତେ ଶକ୍ତି ଅଛି ଯେ ଆମେ ଯୁଦ୍ଧରେ ମଧ୍ୟ ସେମାନଙ୍କ ସହିତ ଲଢ଼ିପାରିବା ଏବଂ ଆମେ ସମସ୍ତ ଛଅଟି ନଦୀକୁ ଫେରାଇ ନେଇପାରିବା।
ଭୁଟ୍ଟୋ କହିଛନ୍ତି, ପାକିସ୍ତାନ କେବେ ଯୁଦ୍ଧ କରିନାହିଁ, ଆମେ ଶାନ୍ତି ବିଷୟରେ କଥା ହେଉ, ପାକିସ୍ତାନର ସର୍ବୋଚ୍ଚ ନେତା ଯେଉଁଠାକୁ ଗଲେ, ସେ ଶାନ୍ତି ବିଷୟରେ କଥା ହେଉଥିଲେ ଏବଂ ଭାରତ ଯୁଦ୍ଧ ବିଷୟରେ କଥା ହେଉଥିଲା, କିନ୍ତୁ ଯଦି ଯୁଦ୍ଧ ହୁଏ, ଆମେ ଶାହ ଅବଦୁଲଙ୍କ ଭୂମିରୁ ମୋଦି ସରକାରଙ୍କୁ କହିବାକୁ ଚାହୁଁଛୁ ଯେ ଆମେ ପଛକୁ ହଟିବୁ ନାହିଁ, ଆମେ ମୁଣ୍ଡ ନୁଆଁଇବୁ ନାହିଁ। ଆମେ କହିବାକୁ ଚାହୁଁଛୁ ଯେ ଯଦି ଭାରତ ଏପରି ଆକ୍ରମଣ ବିଷୟରେ ଚିନ୍ତା କରେ, ତେବେ ପାକିସ୍ତାନର ପ୍ରତ୍ୟେକ ପ୍ରଦେଶର ଲୋକମାନେ ଏହା ସହିତ ଲଢ଼ିବାକୁ ପ୍ରସ୍ତୁତ, ଏହା ଏକ ଯୁଦ୍ଧ ଯାହା ଭାରତ ନିଶ୍ଚିତ ଭାବରେ ହାରିବ।
ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ସେନା ମୁଖ୍ୟ ସେଠାରେ ଏକ କାର୍ଯ୍ୟକ୍ରମ ସମୟରେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। ସିନ୍ଧୁ ଜଳ ଚୁକ୍ତିନାମା ବିଷୟରେ କହି ଅସୀମ ମୁନିର କହିଥିଲେ, ଆମେ ଏକ ପରମାଣୁ ସମୃଦ୍ଧ ଦେଶ। ଯଦି ଆମକୁ ବୁଡ଼ାଇବାକୁ ଚେଷ୍ଟା କରାଯାଏ, ତେବେ ଆମେ ଆମ ସହିତ ଅଧା ବିଶ୍ୱକୁ ବୁଡ଼ାଇ ଦେବୁ। ମୁନିର ଏଠାରେ ଅଟକି ନ ଥିଲେ, ସେ ଏପରିକି କହିଥିଲେ ଯେ ଭାରତ ସିନ୍ଧୁ ନଦୀରେ ଏକ ବନ୍ଧ ନିର୍ମାଣ କରିବାକୁ ଯାଉଛି। ଏହାକୁ ର୍ନିମାଣ ହେବାକୁ ଦିଅ, ଆମେ ଏହାକୁ କ୍ଷେପଣାସ୍ତ୍ର ଦ୍ୱାରା ଭାଙ୍ଗି ଦେବୁ।
ଅସିମ ମୁନିର ସିନ୍ଧୁ ଜଳ ଚୁକ୍ତିନାମା ବିଷୟରେ କହି କହିଥିଲେ, ଭାରତର ଏହି ଚୁକ୍ତିନାମା ସ୍ଥଗିତ ରଖିବା ନିଷ୍ପତ୍ତି ଯୋଗୁ ୨୫ କୋଟି ଲୋକ ଭୋକର ବିପଦର ସମ୍ମୁଖୀନ ହେଉଛନ୍ତି। ସେ କହିଥିଲେ ଯେ ସିନ୍ଧୁ ନଦୀ ଭାରତୀୟଙ୍କ ପାରିବାରିକ ସମ୍ପତ୍ତି ନୁହେଁ, ବନ୍ଧ ନିର୍ମାଣ ହେବାକୁ ଦିଅ, ଆମର ମିଶାଇଲର ଅଭାବ ନାହିଁ, ଆମେ ଏହାକୁ ୧୦ ମିଶାଇଲ୍ ଦ୍ୱାରା ଧ୍ୱଂସ କରିଦେବୁ। କୁହାଯାଉଛି ଯେ, ମୁନିର ପାକିସ୍ତାନର ଲୋକଙ୍କ ଦ୍ୱାରା ଆୟୋଜିତ ବ୍ଲାକ ଡାଇ ଡିନରରେ ଏହି ଧମକ ଦେଇଥିଲେ। ଏଠାରେ ଦିଆଯାଇଥିବା ଭାଷଣରେ ମୁନିର ଭାରତ ସହିତ ଉତ୍ତେଜନାର ଅନେକ ଥର ଉଲ୍ଲେଖ କରିଥିଲେ।
Discover more from Emerging Odisha
Subscribe to get the latest posts sent to your email.