ଭୁବନେଶ୍ୱର ୨୬।୦୭ : ମେଟ୍ରୋ ପ୍ରକଳ୍ପର ପୁରୁଣା ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର । ସିଗାଲ ଇଣ୍ଡିଆ, ଦିଲ୍ଲୀ ମେଟ୍ରୋ କର୍ପୋରସେନ ସହ ହୋଇଥିବା ଚୁକ୍ତିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଡିଜାଇନ୍ ଓ ନିର୍ମାଣ ପାଇଁ ହୋଇଥିବା ଚୁକ୍ତିକୁ ବାତିଲ କରିଛନ୍ତି ରାଜ୍ୟ ସରକାର ।
ଖବର ଅନୁଯାୟୀ, ଗତ ୧୬ ତାରିଖରେ ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କ ଦ୍ୱାରା ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ । ନୂଆ ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ ନେଇ ହୋଇଥିଲା ଆଲୋଚନା । ଶୁକ୍ରବାର ମେଟ୍ରୋ ନେଇ ନଗର ଉନ୍ନୟନ ମନ୍ତ୍ରୀ କହିଥିଲେ ଯେ, କମିଟି ଥରେ ବୈଠକ କରିଛି । ଆଗକୁ ପୁଣି ବୈଠକ ଏବଂ ଆଲୋଚନା କରି କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ । ପୂର୍ବ ସରକାର ଯେମିତି କରିଥିଲେ, ତାହା ଭୁଲି ହେବନାହିଁ ।
Discover more from Emerging Odisha
Subscribe to get the latest posts sent to your email.