ମୁମ୍ଵାଇର ବିମାନ ବନ୍ଦରକୁ ବୋମାରେ ଉଡାଇବାକୁ ଧମକ

Spread the love

ମୁମ୍ବାଇ ୨୬।୦୭; ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମିଳିଛି ବୋମା ଧମକ। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଥିଲା ଧମକପୂର୍ଣ୍ଣ କଲ୍‌ । ଏହି କଲ୍‌ ପରେ ପୋଲିସ କଲ କରିଥିବା ଅଜଣା ବ୍ୟକ୍ତି ବିରୋଧରେ ତଦନ୍ତ ଆରମ୍ଭ କରିଛି। ଅଜଣା ବ୍ୟକ୍ତି ଜଣକ କଲ୍‌ କରି କହିଥିଲେ ଯେ ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଅଛି । କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ। ଏପରି ଧମକପୂର୍ଣ୍ଣ କଲ୍‌ ଆସିବା ମାତ୍ରେ ମୁମ୍ବାଇ ପୋଲିସ ତୁରନ୍ତ ଆଲର୍ଟ ହୋଇଯାଇଥିଲା। 

ମୁମ୍ବାଇ ପୋଲିସ ଏବଂ ବୋମା ସ୍କ୍ୱାଡ ଟିମ୍‌ ବିମାନବନ୍ଦରରେ ପହଞ୍ଚି ଘଣ୍ଟାଘଣ୍ଟା ଧରି ତଦନ୍ତ କରିଥିଲେ। କିନ୍ତୁ ସେଠାରେ କିଛି ସନ୍ଦେହଜନକ ଜିନିଷ ମିଳି ନଥିଲା। ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ କଣ୍ଟ୍ରୋଲ ରୁମକୁ ତିନିଟି ଭିନ୍ନ ଫୋନ ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। କଲ କରିଥିବା ବ୍ୟକ୍ତି ଜଣକ ଦାବି କରିଥିଲେ ଯେ ମୁମ୍ବାଇ ବିମାନବନ୍ଦରର ଟର୍ମିନାଲ ୨ ରେ ବିସ୍ଫୋରଣ ହେବ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି କଲ୍‌ଗୁଡ଼ିକ ଆସାମ ଓ ପଶ୍ଚିମବଙ୍ଗ ସୀମା ନିକଟସ୍ଥ ମୋବାଇଲ ନମ୍ବର ଗୁଡ଼ିକରୁ କରାଯାଇଥିଲା। ବର୍ତ୍ତମାନ ଏହି ମାମଲାର ତଦନ୍ତରେ ଲାଗିପଡ଼ିଛି ପୋଲିସ୍‌ ଟିମ୍‌।

ଗତ ମେ ମାସରେ, ବିମାନବନ୍ଦରକୁ ତିନୋଟି ସମାନ ବୋମା ଧମକପୂର୍ଣ୍ଣ କଲ୍ ମିଳିଥିଲା। ଯାହା ସବୁ ମିଛ ବୋଲି ପ୍ରମାଣିତ ହୋଇଥିଲା। ଗତ କିଛି ମାସ ଧରି ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ୪୦ରୁ ଅଧିକ ସ୍କୁଲ ଓ ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ବୋମା ଧମକ ମିଳିଥିଲା।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading