ମନସା ଦେବୀ ମନ୍ଦିରରେ ଦଳାଚକଟା: ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ

Spread the love

ହରିଦ୍ୱାର ମନସା ଦେବୀ ମନ୍ଦିରରେ ଦଳାଚକଟା । ପ୍ରବଳ ଭିଡ ଯୋଗୁ ଘଟିଥିବା ଦଳାଚକଟାରେ ୬ ଜଣଙ୍କ ମୃତ୍ୟୁ ହେବାସହ ୩୦ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଗୁଜବ ପ୍ରଚାର କାରଣରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି । ସକାଳୁ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ବିଦ୍ୟୁତ କରେଣ୍ଟ କାରଣରୁ ଦଳାଚକଟା ଘଟିଥିବା ଅଭିଯୋଗକୁ ଖଣ୍ଡନ କରିଛି ମନ୍ଦିର ପ୍ରଶାସନ । ଦଳାଚକଟା ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ସହ ଗଢୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ଆହତଙ୍କୁ ଆମ୍ବୁଲାନ୍ସରେ ନିଆଯାଉଛି ହସ୍ପିଟାଲ । ପ୍ରବଳ ଗହଳି ଯୋଗୁଁ ଦଳାଚକଟା ହୋଇଥିବା ସୂଚନା ।

ସୂଚନା ଅନୁଯାୟୀ, ମନସା ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଅଧିକ ସଂଖ୍ୟା ହେତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା, ଯାହା ଏହି ଦୁର୍ଘଟଣାର କାରଣ ହୋଇଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏବଂ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗଡ଼ୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ ଏକ ବିବୃତିରେ କହିଛନ୍ତି, “ମନସା ଦେବୀ ମନ୍ଦିରରେ ଅତ୍ୟଧିକ ଭିଡ଼ ଯୋଗୁଁ ଏକ ଦଳାଚକଟା ଘଟଣା ଘଟିଛି, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୁଁ ଘଟଣାସ୍ଥଳକୁ ଯାଉଛି। ଏହି ଘଟଣାର ସବିଶେଷ ରିପୋର୍ଟ ଅପେକ୍ଷା କରାଯାଉଛି।”


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading